Odiapua.com

କୃଷକଙ୍କ ପାଇଁ ଆନ୍ନା ବସିବେ ଅନସନରେ, କଲେ ଘୋଷଣା

ନୂଆ ଦିଲ୍ଲୀ ୧୯-୧ (ଓଡ଼ିଆ ପୁଅ) : ସ୍ୱାମୀନାଥନ ଆୟୋଗର ସୁପାରିଶ ଅନୁଯାୟୀ ଚାଷୀଙ୍କୁ ତାଙ୍କର ହକ୍ ମିଳୁ ସେଥିପାଇଁ ଆନ୍ନା ହାଜାରେ ଅନସନ କରିବାକୁ ଯାଉଛନ୍ତି ଏବଂ ଚାଷୀଙ୍କୁ ସେମାନଙ୍କ ଚାଷର ମୂଲ୍ୟ ପାଇବାକୁ ଦାବି କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଆନ୍ନା ଆସନ୍ତା ଜାନୁଆରୀ ୩୦ରୁ ଅନସନରେ ବସିବେ ବୋଲି ଜଣାପଡ଼ିଛି। ଆନ୍ନା କହିଛନ୍ତି ଯେ ଯେଉଁମାନେ ରାମଙ୍କ ନାମ ନେଉଛନ୍ତି, ସେମାନେ ସେମାନଙ୍କ କଥା ଭୁଲିଯାଉଛନ୍ତି। ତେଣୁ, ଅନସନ କରିବା ପାଇଁ ସ୍ଥିର କରିଛନ୍ତି। ସ୍ୱାମୀନାଥନ ଆୟୋଗର ସୁପାରିଶ ଅନୁଯାୟୀ ଚାଷୀଙ୍କର ଦାବିକୁ ବିଚାର କରାଯିବା ଉଚିତ, ତେଣୁ ଆନ୍ନା କେନ୍ଦ୍ରକୁ ଅନେକ ଥର ଚିଠି ଲେଖିଥିଲେ ମଧ୍ୟ ଗୋଟିଏ ଚିଠିର ଉତ୍ତର ଦିଆଯାଇ ନଥିଲା।

ଆନ୍ନା କହିଛନ୍ତି ଯେ ସେ ଦିଲ୍ଲୀର ରାମଲିଲା ମୈଦାନରେ ଏହି ଅନଶନ କରିବାକୁ ଚାହୁଁଥିଲେ, ଯେଉଁଥିପାଇଁ ସେ ନିଶ୍ଚିତ ଭାବରେ ଅନୁମତି ପାଇଁ ଅନେକ ଚିଠି ଲେଖିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ପାଇ ନଥିଲେ। ତେଣୁ ବର୍ତ୍ତମାନ ତାଙ୍କ ଗାଁ ରେଲେଗାଓଁ ସିଦ୍ଧିରେ ଏହି ଅନସନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟଯେ, ଜାନୁୟାରୀ ୩୦, ୨୦୧୮ ରେ ଆନ୍ନା କୃଷକଙ୍କ ଏହି ଦାବି ପାଇଁ ଆନ୍ଦୋଳନ କରିଥିଲେ, ତତ୍କାଳୀନ କେନ୍ଦ୍ର କୃଷି ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, ଆନ୍ନାଙ୍କୁ ଏକ ଲିଖିତ ଚିଠି ପ୍ରଦାନ କରିଥିଲେ ମଧ୍ୟ ଦାବି ପୂରଣ କରାଯାଇନାହିଁ।

ଆନ୍ନା ଅନସନରେ ନ ବସନ୍ତୁ, ସେଥିପାଇଁ ଗତ ସପ୍ତାହରୁ ମହାରାଷ୍ଟ୍ର ବିଜେପିର ଅନେକ ନେତା ଆନ୍ନାଙ୍କ ଦ୍ୱାରସ୍ଥ ହେବା ପରେ ଖାଲି ହାତରେ ଫେରି ଆସିଛନ୍ତି। ଆନ୍ନା ଘୋଷଣା କରିଛନ୍ତି ଯେ ବର୍ତ୍ତମାନ କୌଣସି ନେତା ଆସି ସାକ୍ଷାତ କଲେ ମଧ୍ୟ ଆନ୍ଦୋଳନ ଫେରାଇ ନିଆଯିବ ନାହିଁ।