ଆଜି ପବିତ୍ର ଅଁ’ଳା ନବମୀ। କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ପଡ଼େ ଅଁଳା ନବମୀ। ଏହି ଦିନ ଅଁ’ଳା ଗଛର ପୂଜା କରାଯାଏ। ଅଁ’ଳା ନବମୀରେ ଅଁ’ଳା ଗଛ ତଳେ ପୂଜା କରିବା ଏବଂ ଭୋଜନ କରିବା ଦ୍ୱାରା ରୋଗ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି। ମହିଳାମାନେ ସନ୍ତାନ ପ୍ରାପ୍ତି ଏବଂ ସନ୍ତାନଙ୍କ ମଙ୍ଗଳ କାମନା କରି ଅଁଳା ଗଛର ପୂଜା କରିଥାଆନ୍ତି। ଆଜି ମଧ୍ୟ ରାଧାପାଦ ଦର୍ଶନ। ସାକ୍ଷୀଗୋପାଳ ମନ୍ଦିରରେ ଏହି ଅବସରରେ ଆୟୋଜିତ ହୋଇଥାଏ ଯାତ୍ରା। ବର୍ଷସାରା ଲୁଗା ଘେରରେ ଘୋଡ଼ାଇ ହୋଇ ରହୁଥିବା ରାଧାଙ୍କର ପାଦପଦ୍ମ ଦ୍ୱୟକୁ ବର୍ଷକେ ଥରେ ନବମୀ ଦିନ ଭକ୍ତମାନେ ଦର୍ଶନ କରି ଆଶିଷ ଲାଭ କରନ୍ତି। ଅଁ’ଳା ନବମୀ ଦିନ ମହିଳାମାନେ ସ୍ନାନ କରି ଅଁ’ଳା ଗଛ ତଳ ସଫାସଫି କରି ଅଁ’ଳା ଗଛ ମୂଳରେ ଶୁଦ୍ଧ ଜଳ ସମର୍ପଣ କରିବା ପରେ ଗଛ ମୂଳେ କଞ୍ଚା କ୍ଷୀର ଢାଳି ପୂଜା କରନ୍ତି। ଏହା ପରେ ଏକ ନାଲି ସୁତା ଧରି ଅଁ’ଳା ଗଛର ଚାରିପାଖେ ୮’ଥର ପରିକ୍ରମା କରିବା ସହ ସେହି ସୁତାକୁ ଅଁଳା ଗଛରେ ଗୁଡ଼ାଇ ଦିଅନ୍ତି। କେହି କେହି ୧୦୮ ଥର ମଧ୍ୟ ପରିକ୍ରମା କରିଥାନ୍ତି। ଗଛ ତଳେ ପୂଜାର୍ଚ୍ଚନା ସାରି ସନ୍ତାନ ମାନଙ୍କ ମଙ୍ଗଳ କାମନା କରି ଭୋଜନ କରନ୍ତି।
ଅଁ’ଳା ନବମୀର କିମ୍ବଦନ୍ତୀ –
ଅଁ’ଳାର ଉତ୍ପତ୍ତି, ଅଁ’ଳା ଗଛର ମହତ୍ୱ –
ଶ୍ରୀରାଧା ପାଦ ଦର୍ଶନ –
– ହରପ୍ରିୟା ସାହୁ, ଭଦ୍ରକ