Odiapua.com

ମଣିପୁରର ଉଖରୁଲରେ ରିଚ୍ଟର ସ୍କେଲରେ ୪.୩ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ ଅନୁଭୂତ

ନୂଆ ଦିଲ୍ଲୀ ୨୩-୫ (ଓଡ଼ିଆ ପୁଅ) ଆଜି ମଣିପୁରର ଉଖରୁଲରେ ରିଚ୍ଟର ସ୍କେଲରେ ୪.୩ ମ୍ୟାଗ୍ନିଚ୍ୟୁଡର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଏ ନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ସୂଚନା ଦେଇଛି। ଏ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ନାହିଁ। ଏହା ସକାଳ ୦୬.୫୬ ରେ ଅନୁଭୂତ ହୋଇଥିଲା।