Odiapua.com

କରୋନା ସଚେତନତା ପାଇଁ ଅଟୋ ରିକ୍ସାକୁ କରୋନା ଭାଇରସ୍‌ର ରୂପ ଦେଲେ କଳାକାର

ଚେନ୍ନାଇ ୨୩-୪ (ଓଡ଼ିଆ ପୁଅ) ଚେନ୍ନାଇର ଜଣେ କଳାକାରଙ୍କର ଏକ ଅଭିନବ ପ୍ରୟାସ। ସେ କରୋନା ଭାଇରସ୍ ରୋଗ ବିଷୟରେ ସଚେତନତା ସୃଷ୍ଚି କରିବା ପାଇଁ ଏକ ଅଟୋରିକ୍ସାକୁ କରୋନା ଥିମ୍‌ରେ ପରିବର୍ତ୍ତନ କରିଛନ୍ତି। ତାଙ୍କର ଏହି ନୂତନ ପ୍ରୟାସ ଲୋକମାନଙ୍କର ପ୍ରଶଂସା ସାଉଁଟୁଛି। ଏବେ ସେ ବୁଲି ବୁଲ୍ କରୋନା ଭାଇରସ୍‌ ଉପରେ ଲୋକମାନଙ୍କ ମଧ୍ୟରେ କ’ଣ କରିବା ଉଚିତ୍, କ’ଣ ନୁହେଁ କହି ବୁଲୁଛନ୍ତି।