Odiapua.com

ସିଂଙ୍ଘୁ ବଡ଼ରରେ ଆଉ ଜଣେ ଆନ୍ଦୋଳନରତ କୃଷକଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ ୦୯ ଜାନୁଆରୀ (ଓଡ଼ିଆ ପୁଅ) ବିଷ ପାନ କରିବା ପରେ ସିଙ୍ଗୁ ବଡ଼ରରେ ଜଣେ ଆନ୍ଦୋଳନ କରୁଥିବା ଚାଷୀଙ୍କ ମୃତ୍ୟୁ ଘଟିଛି। ନୂତନ କୃଷି ଆଇନ ଉପରେ ସରକାରଙ୍କ ଆଭିମୁଖ୍ୟରେ ସେ ଅସନ୍ତୁଷ୍ଟ ଥିଲେ। ମିଳିଥିବା ସୂଚନା ଅନୁଯାୟୀ ମୃତ କୃଷକଙ୍କ ନାମ ଅମରିନ୍ଦର ସିଂ ଏବଂ ତାଙ୍କ ବୟସ ପ୍ରାୟ ୪୦ ବର୍ଷ ଥିଲା। ସେ ଦିଲ୍ଲୀ ସୀମାରେ ଥିବା କୃଷକ ଆନ୍ଦୋଳନରେ ଯୋଗଦେବା ପାଇଁ ପଞ୍ଜାବର ଫତେହଗଡ ସାହିବରୁ ଆସିଥିଲେ।

ସିଙ୍ଗୁ ସୀମାରେ ଅମରିନ୍ଦର ସିଂ ମୁଖ୍ୟ ମଞ୍ଚ ପଛରେ ସଲଫସ ଖାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଅନ୍ୟ କୃଷକମାନେ ଏହା ଜାଣିବା ମାତ୍ରେ ସେମାନେ ଶୀଘ୍ର ଅମରିନ୍ଦରଙ୍କୁ ଡାକ୍ତରଖାନାକୁ ଆଣିଥିଲେ, କିନ୍ତୁ ସେ ତାଙ୍କୁ ବଞ୍ଚାଯାଇପାରିନଥିଲା। ଏହାପୂର୍ବରୁ ମଧ୍ୟ ଏହି ଆନ୍ଦୋଳନରେ ଯୋଗଦେବାକୁ ଆସିଥିବା କିଛି କୃଷକ ଆତ୍ମହତ୍ୟା କରିଛନ୍ତି।