Odiapua.com

ଅମ୍ପାନ୍ ଅଘଟଣ: କାନ୍ଥ ପଡ଼ି ୨ ମାସର ଶିଶୁ ମୃତ

ଭୁବନେଶ୍ୱର: ମହାବାତ୍ୟା ଅମ୍ଫାନ ଜନିତ ଅଘଟଣ ସ୍ୱରୂପ ଓଡ଼ିଶାରେ ପ୍ରଥମ ମୃତ୍ୟୁ ଖବର ଆସିଛି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଦକ୍ଷିଣପାରି ଗ୍ରାମରେ କାନ୍ଥ ପଡ଼ି ଜଣେ ଦୁଇମାସ ଶିଶୁର ମୃତ୍ୟୁ ଘଟିଥିବା ଖବର ମିଳୁଛି। ମୃତକ ଶିଶୁ ଜଣଙ୍କ ବଳରାମ ଦାସଙ୍କ ପୁଅ ଏବଂ ମା’ ପାଖେ ଶୋଇଥିବା ସମୟରେ କାନ୍ଥ ପଡ଼ି ଶିଶୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମା’ ଜଣଙ୍କ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳୁଛି।

ସେହିପରି ଅନ୍ୟ ଏକ ଘଟଣାରେ ବାତ୍ୟା ଆଶ୍ରୟସ୍ଥଳକୁ ନଯାଇ କଚ୍ଚା ଘରେ ରହିଥିବା କେନ୍ଦ୍ରାପଡ଼ାରେ ଜଣେ ୭୦ ବର୍ଷୀୟା ମହିଳା କୋଇଲି ବେହେରା ଆହତ ହୋଇଥିବାର ସୂଚନା ମିଳିଛି। /-ଦେବଦତ୍ତ ରଥ