Odiapua.com

ଅମିତାଭ ବଚ୍ଚନଙ୍କ ପରେ ଅଭିଷେକ ବଚ୍ଚନ କରୋନା ଆକ୍ରାନ୍ତ

ମୁମ୍ବାଇ ୧୨-୭ (ଓଡ଼ିଆ ପୁଅ) ଗତକାଲି ସଂଧ୍ୟାରେ ମହାନାୟକ ଅମିତାଭ ବଚ୍ଚନ କରୋନା ଭୂତାଣୁ ଆକ୍ରାନ୍ତ ହୋଇଥିବା କଥା ନିଜେ ଟ୍ୱିଟ କରି ସୂଚନା ଦେଇଥିଲେ। ତେଣୁ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅମିତାଭଙ୍କ ପରେ ଅଭିଷେକ ମଧ୍ୟ କରୋନା ଆକ୍ରାନ୍ତରେ ସଂକ୍ରମିତ ହୋଇଛନ୍ତି। ତାଙ୍କୁ ମଧ୍ୟ ନାନାବତୀ ହସ୍ପିଟାଲ ନିଆଯାଇଛି।

ଅଭିଷେକ ଟୁଇଟ୍ କରି କହିଛନ୍ତି, “ମୁଁ ଏବଂ ମୋର ବାପା ଉଭୟ କରୋନା ପରୀକ୍ଷା କରିଥିଲୁ ଏବଂ ଆମେ କୋଭିଡ୍ ୧୯ ପଜିଟିଭ୍ ଚିହ୍ନଟ ହୋଇଛୁ। ଆମ ଦୁଇ ଜଣଙ୍କ ଠାରେ ରୋଗର ସାମାନ୍ୟ ଲକ୍ଷଣ ଦେଖା ଦେଇଛି ଓ ଆମେ ଡାକ୍ତରଖାନାରେ ଭର୍ତ୍ତି ହୋଇଛୁ। ଆମେ ନିୟମ ଅନୁଯାୟୀ ସରକାରୀ ଅଧିକାରୀଙ୍କୁ ସୂଚିତ କରିଦେଇଛୁ। ଆମ ପରିବାରର ସଦସ୍ୟ ଓ କର୍ମଚାରୀଙ୍କର କରୋନା ପରୀକ୍ଷା କରାଯାଉଛି। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି କି ସମସ୍ତେ ଶାନ୍ତ ରହନ୍ତୁ ଅଯଥାରେ ଭୟଭୀତ ହୁଅନ୍ତୁ ନାହିଁ।”

କିନ୍ତୁ ଅଭିନେତ୍ରୀ, ଜୟା ବଚ୍ଚନ ଏବଂ ଐଶ୍ଟର୍ଯ୍ୟା ରାୟ ବଚ୍ଚନଙ୍କ କରୋନା ଟେଷ୍ଟ ରିପୋର୍ଟ ଆସିବାକୁ ବାକି ଅଛି।