Odiapua.com

ଶତାବ୍ଦୀର ମହାନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ଅପ୍‌ଡେଟ୍‌ : ଅମିତାଭ ବଚ୍ଚନଙ୍କ ଲେଜର ସର୍ଜରୀ ସମାପ୍ତ, ସୋମବାର ଡାକ୍ତରଖାନାରୁ ଡିସଚାର୍ଜ ହେବେ

ମୁମ୍ବାଇ ୨୮-୨ (ଓଡ଼ିଆ ପୁଅ) ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ଥିବା ପ୍ରଶଂସକଙ୍କ ପାଇଁ ରିଲିଫ୍ ଖବର ହେଉଛି ଯେ ବିଗ୍ ବି ସୋମବାର ଘରେ ପହଞ୍ଚିବେ। ଯଦିଓ କୌଣସି ଔପଚାରିକ ସୂଚନା ମିଳିନାହିଁ, ବଲିଉଡ ହଙ୍ଗାମା ସମ୍ବାଦ ଅନୁଯାୟୀ, ବିଗ୍ ବିଙ୍କର ଜଣେ ବନ୍ଧୁ କହିଛନ୍ତି, “ତାଙ୍କ ଆଖିରୁ ମୋତିଆବିନ୍ଦୁ ବାହାର କରିବା ପାଇଁ ଏହା ଥିଲା ଏକ ଛୋଟ ଲେଜର ଅପରେସନ୍। ବିଗ୍ ବି ଙ୍କର ଅପରେସନ୍ ସମାପ୍ତ ହୋଇଛି। ସେ ୨୪ ଘଣ୍ଟା ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିବେ ଏବଂ ସୋମବାର ଦିନ ଘରକୁ ଫେରିବେ।”

କ୍ରମାଗତ ଭାବରେ ନିଜ ବ୍ଲଗ୍ ଅପଡେଟ୍ କରୁଥିବା ଏବଂ ସୋସିଆଲ୍ ମିଡିଆରେ ସକ୍ରିୟ ରହିଥିବା ଅମିତାଭ ବଚ୍ଚନ ମଧ୍ୟ ଶନିବାର ରାତିରେ ବ୍ଲଗରେ ଅସ୍ତ୍ରୋପଚାର ବିଷୟରେ ଲେଖିଥିଲେ। ୭୮ ବର୍ଷିୟ ବିଗ୍ ବି ଲେଖିଥିଲେ, ଚିକିତ୍ସା ଅବସ୍ଥା … ଅସ୍ତ୍ରୋପଚାର … ଲେଖିପାରିବି ନାହିଁ।