Odiapua.com

ପୁଣି ଅସୁସ୍ଥ; ଏମ୍ସରେ ଭର୍ତ୍ତି ହେଲେ ଅମିତ ଶାହା

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପୁଣି ଥରେ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏଆଇଏମ୍ଏସ୍)ରେ ଭର୍ତ୍ତି ହୋଇଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ତାଙ୍କୁ ରାତି ପ୍ରାୟ ୧୧ଟା ସମୟରେ AIIMSରେ ଭର୍ତ୍ତି କରାଯାଇଛି।

ଏହା ପୂର୍ବରୁ ଅଗଷ୍ଟ ୨ ତାରିଖରେ ଅମିତ ଶାହା କରୋନା ପଜିଟିଭ୍ ହୋଇଥିଲେ। ସେ ନିଜେ ନିଜ ଟ୍ୱିଟ୍ ମାଧ୍ୟମରେ ଏହା ଜଣାଇଥିଲେ। ଚିକିତ୍ସା ପାଇଁ ଶାହାଙ୍କୁ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଗଷ୍ଟ ୧୪ ତାରିଖରେ ତାଙ୍କୁ ମେଦାନ୍ତ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। କିନ୍ତୁ, କରୋନା ପରବର୍ତ୍ତୀ ଯତ୍ନ ପାଇଁ ଅଗଷ୍ଟ ୧୮ ତାରିଖରେ ତାଙ୍କୁ AIIMSରେ ଭର୍ତ୍ତି କରାଯାଇଥିଲା ଏବଂ ଅଗଷ୍ଟ ୩୧ ତାରିଖରେ ତାଙ୍କୁ AIIMSରୁ ଡିସଚାର୍ଜ କରାଯାଇଥିଲା। ତେବେ, ଗତକାଲି ବିଳମ୍ବିତ ରାତିରେ ଗୃହମନ୍ତ୍ରୀଙ୍କୁ ପୁଣିଥରେ AIIMSରେ ଭର୍ତ୍ତି କରାଯାଇଛି ବୋଲି ସୂଚନା ମିଳିଛି। ସୂଚନା ମୁତାବକ, ଅମିତ ଶାହା ଶ୍ୱାସ ନେବାରେ ଅସୁବିଧା ଭୋଗୁଥିଲେ। ତେଣୁ ଚିକିତ୍ସା ପାଇଁ ତାଙ୍କୁ AIIMSରେ ଭର୍ତ୍ତି କରାଯାଇଛି। /-@DevDr