Odiapua.com

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଫ୍ୟୁଚର ଗ୍ରୁପ୍ ଡିଲ୍ ଉପରେ ଆମାଜନ ପଠାଇଲା ଫ୍ୟୁଚର ଗ୍ରୁପକୁ ଲିଗାଲ ନୋଟିସ୍

ନୂଆ ଦିଲ୍ଲୀ ୮-୧୦ (ଓଡ଼ିଆ ପୁଅ) : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଫ୍ୟୁଚର ଗ୍ରୁପ୍ ସହିତ ହୋଇଥିବା ଚୁକ୍ତିରେ ଏକ ପ୍ରତିଯୋଗୀତାହୀନ ଚୁକ୍ତି ଭଙ୍ଗ କରିଥିବା ଅଭିଯୋଗରେ ଗ୍ଲୋବାଲ୍ ରିଟେଲ୍ ଜିଆଣ୍ଟ ଆମାଜନ ଫ୍ୟୁଚର ଗ୍ରୁପ୍‌ର ପ୍ରମୋଟରମାନଙ୍କୁ ଏକ ଲିଗାଲ ନୋଟିସ୍ ପଠାଇଛି।

ଅଗଷ୍ଟ ମାସରେ, RIL କହିଥିଲା ଯେ, ଏହାର ୟୁନିଟ୍ ରିଲାଏନ୍ସ ରିଟେଲ ଭେଞ୍ଚର୍ସ (RRVL), କିଶୋର ବିୟାନିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଫ୍ୟୁଚର ଗ୍ରୁପର, ରିଟେଲ, ହୋଲସେଲ୍, ଲଜିଷ୍ଟିକ୍ସ ଏବଂ ୱେୟାର ହାଉସ୍ ବ୍ୟବସାୟକୁ, ଏକ ଲମ୍ପ ସମରେ ଯାହାକି ୨୪, ୭୧୩ କୋଟି ଟଙ୍କାରେ କିଣିବାକୁ ଯାଉଛି।

ଅଗଷ୍ଟ ୨୦୧୯ ରେ, ଆମାଜନ ପ୍ରାୟ ୧, ୫୦୦ କୋଟି ଟଙ୍କାରେ ଫ୍ୟୁଚର କୁପନର ୪୯ ପ୍ରତିଶତ ଅଂଶଧନ କିଣିଛି। ଫ୍ୟୁଚର ରିଟେଲ NSE -୫.୪୪% ରେ ୭.୩ ପ୍ରତିଶତ ଅଂଶଧନ ଅଛି।
ତେଣୁ ଫ୍ୟୁଚର ଗ୍ରୁପ୍ ଏହାର ମାନଦଣ୍ଡ ପୂରଣ କରି ନାହିଁ ବୋଲି ନୋଟିସ୍ ରେ ଦର୍ଶାଯାଇଛି।

ଇକୋନୋମିକ ଟାଇମ୍ସ ପ୍ରକାଶ କରିଛିଯେ, ବର୍ତ୍ତମାନ RIL, ଆମାଜନ ଏବଂ ଫ୍ୟୁଚର ଗ୍ରୁପ୍ ଏ ସମ୍ବନ୍ଧରେ କନେଣ୍ଟ କରିବାକୁ ମନା କରିଛନ୍ତି।

ଏହି ରିପୋର୍ଟ ପରେ ଫ୍ୟୁଚର ଗ୍ରୁପର ସେୟାରର ମୂଲ୍ୟ ହ୍ରାସ ପାଇଛି।

ଭାରତୀୟ ଖୁଚୁରା ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସହିତ ଚୁକ୍ତି ସ୍ୱାକ୍ଷର କରି ପୂର୍ବ ଚୁକ୍ତିନାମାକୁ ଉଲ୍ଲଂଘନ କରିଥିବା ଅଭିଯୋଗ କରିଛି ଆମାଜନ।

ସୂଚନାଯୋଗ୍ୟଯେ, କିରାନା (ଗ୍ରୋସରୀ) ପାଇଁ ଭାରତର ଦ୍ରୁତଗତିରେ ବଢ଼ୁଥିବା ଅନଲାଇନ୍ ବଜାରରେ ବଜାର ଅଂଶ ହାସଲ କରିବାକୁ ଆମାଜନ, ରିଲାଏନ୍ସ ଏବଂ ୱାଲମାର୍ଟ Inc ର ଫ୍ଲିପକାର୍ଟ ଏକ ପ୍ରକାରର ପ୍ରତିଯୋଗିତା ଦୌଡ଼ରେ ଅଛନ୍ତି ଏବଂ ବିଶ୍ଳେଷକମାନେ କହିଛନ୍ତି ଯେ ରିଲାଏନ୍ସ-ଫ୍ୟୁଚର ଡିଲକୁ ମନ୍ଥର କରିବାକୁ ଲକ୍ଷ ରଖାଯାଇଛି।

ଆମାଜନ ମୁଖପାତ୍ର କହିଛନ୍ତି ଯେ, ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଛି।

ରିଲାଏନ୍ସ-ଫ୍ୟୁଚର ଡିଲକୁ ବନ୍ଦ କିମ୍ବା ବିଳମ୍ବ କରିବା ପାଇଁ ଆମାଜନ ସମସ୍ତ ବିକଳ୍ପ ଚେଷ୍ଟା କରିବ କିନ୍ତୁ ରିଲାଏନ୍ସର ଶକ୍ତି ଅଛି ଏବଂ କୋର୍ଟରେ ଜିତିବା ଆମାଜନ ପାଇଁ ସହଜ ହେବ ନାହିଁ ବୋଲି ଜଣେ ବରିଷ୍ଠ ବିଶ୍ଳେଷକ କହିଛନ୍ତି।

ତେଲ-ରୁ-ଟେଲିକମ୍ ଗ୍ରୁପ୍, ଯାହାର ରିଟେଲ୍ ଅପରେସନ୍ ପୂର୍ବରୁ ପ୍ରାୟ ୧୨, ୦୦୦ ଷ୍ଟୋରରେ ଚାଲିଛି, ଏହାର ତଥାକଥିତ ନୂତନ ବାଣିଜ୍ୟ ଉଦ୍ୟୋଗକୁ ବିସ୍ତାର କରୁଛି, ଯାହାକି ଗ୍ରୋସୋରୀ, ପୋଷାକ ଏବଂ ଇଲେକ୍ଟ୍ରୋନିକ୍ସର ଅନ୍ଲାଇନ୍ ବିତରଣ ପାଇଁ ପଡ଼ୋଶୀ ଷ୍ଟୋରଗୁଡ଼ିକୁ ରିଲାଏନ୍ସ ସହିତ ସଂଯୁକ୍ତ କରିବ।