Odiapua.com

ରାଜ୍ୟସଭା ସାଂସଦ ଅମର ସିଂଙ୍କ ନିଧନ

ନୂଆ ଦିଲ୍ଲୀ ୧-୮ (ଓଡ଼ିଆ ପୁଅ) ରାଜ୍ୟସଭା ସାଂସଦ ଅମର ସିଂଙ୍କ ଦେହାନ୍ତ ହୋଇଛି। ସେ ପ୍ରାୟ ଛଅ ମାସ ଧରି ଅସୁସ୍ଥ ଥିଲେ। ଶନିବାର ଅପରାହ୍ନରେ ସିଙ୍ଗାପୁରରେ ଚିକିତ୍ସିତ ହେଉଥିବାବେଳେ ଅମର ସିଂ ଜୀବନ ଯୁଦ୍ଧରେ ହାରି ଯାଇଥିଲେ। ଗତ ୬ ମାସ ମାସ ଧରି ଅମର ସିଂଙ୍କୁ ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶେଷ ମୁହୂର୍ତ୍ତରେ କେବଳ ତାଙ୍କ ପତ୍ନୀ ସେଠାରେ ଥିଲେ।

ଦୁଇ ଦଶନ୍ଧି ମଧ୍ୟରେ ଅମର ସିଂଙ୍କ ରାଜନୈତିକ ଯାତ୍ରା ଅନେକ ଉତ୍ଥାନ ଏବଂ ପତନ ଦେଇ ଗତି କରିଛି।

ଏକ ସମୟରେ ସେ ସମାଜବାଦୀ ପାର୍ଟିର ସବୁଠାରୁ ପ୍ରଭାବଶାଳୀ ନେତା ଥିଲେ। ସମାଜବାଦୀ ପାର୍ଟି କମାଣ୍ଡ ଅଖିଳେଶଙ୍କ ହାତକୁ ଯିବା ପରେ ତାଙ୍କୁ ଏସପି ଠାରୁ ଦୂରେଇ ରହିବାକୁ ପଡିଲା।

ଗତ ମାର୍ଚ୍ଚରେ ଅମର ସିଂଙ୍କ ମୃତ୍ୟୁ ଖବର ପ୍ରଚାରିତ ହୋଇଥିଲା। ଏହା ପରେ ଅମର ସିଂ ଭିଡିଓ ରିଲିଜ୍ କରି କହିଥିଲେଯେ, ‘ଟାଇଗର ଅଭି ଜୀନ୍ଦା ହୈ।’

ଅମର ସିଂଙ୍କ ଦେହାନ୍ତରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଟ୍ୱିଟ୍ କରି ଶୋକ ପ୍ରକଟ କରିଛନ୍ତି।