Odiapua.com

ଏସିରେ ଅଧିକ ସମୟ ରହୁଥିଲେ ଭୋଗିପାରନ୍ତି ଏହି ସବୁ ସମସ୍ୟା ..

ଭୁବନେଶ୍ୱର: ଘରେ ହେଉ ଅବା ଅଫିସରେ, ଦୋକାନରେ କିମ୍ବା ଗାଡ଼ିରେ ଏସି ବ୍ୟବହାର ଏବେ ସାଧାରଣ କଥା ହୋଇଗଲାଣି। ଲୋକମାନେ ଏସିରେ ରହିବାକୁ ଅଭ୍ୟସ୍ତ ହୋଇଗଲେଣି। ତେବେ, ଏହାଦ୍ୱାରା ଲୋକେ ବର୍ତ୍ତମାନର ସୁଖ ପାଇଁ ଭବିଷ୍ୟତକୁ ନିଜ ପାଇଁ ଘୋର ବିପଦ ଟାଣି ଆଣୁଛନ୍ତି। କାରଣ ଏସିରେ ଅଧିକ ସମୟ ବିତାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ। ଅଧିକ ସମୟ ଧରି ଏସିରେ ରହିବା ସ୍ବାସ୍ଥ୍ୟଗତ ଦୃଷ୍ଟିକୋଣରୁ ଅନେକ ଗୁଡ଼ିଏ ସମସ୍ୟା ସୃଷ୍ଟି କରାଇଥାଏ। ଏସିରେ ଦୀର୍ଘ ସମୟ ରହିଲେ ଆଖି ଶୁଷ୍କ ହୋଇପାରେ। ଯଦି ଆପଣଙ୍କର ଆଖି ଡ୍ରାଏ ଅଛି, ତା’ହେଲେ ଏଥିରେ ଆହୁରୀ ଜ୍ୱଳନ ଅନୁଭବ ହୋଇଥାଏ। ତେଣୁ ଯେଉଁମାନଙ୍କର ଆଖି ଡ୍ରାଏ ଅଛି, ସେମାନେ ଏସିରେ ଅଧିକ ସମୟ ବିତାଇବା ଉଚିତ୍ ନୁହେଁ। ସେହିପରି ଏସିରେ ଅଧିକ ସମୟ ବିତାଇବା ଦ୍ୱାରା ଡ୍ରାଏ ସ୍କିନର ସମସ୍ୟା ମଧ୍ୟ ହୋଇପାରେ। ଏହା ଏକ ସାଧାରଣ ସମସ୍ୟା। କିନ୍ତୁ ଏସିରେ ରହିବା ଯୋଗୁୁଁ ଯେତେବେଳେ ଚର୍ମ ଅଧିକ ଶୁଷ୍କ ହୋଇଯାଏ, ସେତେବେଳେ ଚର୍ମ କୁଣ୍ଡେଇ ହୋଇଥାଏ। ସେହିପରି ସାଧାରଣ ରୁମ୍ ଅପେକ୍ଷା ଏସି ରୁମରେ ଡିହାଇଡ୍ରେସନର ସମସ୍ୟା ଅଧିକ ରହିଥାଏ। ଏସି ରୁମରେ ଥିବା ଆର୍ଦ୍ରତାକୁ ଶୋଷଣ କରିଥାଏ, ଯେଉଁଥିରେ ଆପଣଙ୍କୁ ଡିହାଇଡ୍ରେସନ୍ ହୋଇପାରେ। ଏସିରେ ଅଧିକ ସମୟ ବିତାଇବା ଦ୍ୱାରା ଶ୍ୱାସକ୍ରିୟାରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ଏସିରେ ରହିବା ଡ୍ରାଏଥ୍ରୋଟ, ରାଇନାଇଟିସ୍ ଏବଂ ନାକ ଅବରୋଧ (ଜମିଯିବା) ଭଳି ସମସ୍ୟା ସୃଷ୍ଟି ହୋଇପାରେ। ଏସି ଯୋଗୁଁ ଡିହାଇଡ୍ରେସନ୍ ସହିତ ମୁଣ୍ଡବିନ୍ଧା ଏବଂ ମାଇଗ୍ରେନ୍ ଭଳି ସମସ୍ୟା ମଧ୍ୟ ହୋଇପାରେ। ଡିହାଇଡ୍ରେସନ୍ ହେଉଛି ଏକ ଟ୍ରିଗର ଯାହା ମାଇଗ୍ରେନ୍ କ୍ଷେତ୍ରରେ ପ୍ରାୟତଃ ଅଣଦେଖା କରାଯାଏ। ଯେତେବେଳେ ଆପଣ ବାହ୍ୟ ଉତ୍ତାପରୁ ଏସି ରୁମକୁ ଆସନ୍ତି, କିମ୍ବା ଏସି ରୁମରୁ ବାହାରକୁ ଯାଆନ୍ତି, ତେବେ ଆପଣଙ୍କୁ ଏହି ସମସ୍ୟା ହୋଇପାରେ।
-/DevDr