Odiapua.com

ମାଲକାନଗିରିଜିଲ୍ଲାରେ ସମସ୍ତ କରୋନା ରୋଗୀ ସୁସ୍ଥ – ଜିଲ୍ଲା ଏବେ କରୋନା ମୁକ୍ତ

ମାଲକାନଗିରି ୮-୬ (ଓଡ଼ିଆ ପୁଅ) : ମାଲକାନଗିରିଜିଲ୍ଲାରେ ସମସ୍ତ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କରୋନାମୁକ୍ତ ହେଲା ମାଲକାନଗିରି ଜିଲ୍ଲା । ଜିଲ୍ଲାର ସମସ୍ତ ୨୧ କରୋନା ଆକ୍ରାନ୍ତ। ମାଲକାନଗିରି ଜିଲ୍ଲାପାଳଙ୍କର ଟ୍ୱିଟ ଅନୁଯାୟୀ, ଜିଲ୍ଲା ଏବେ କରୋନା ମୁକ୍ତ ହୋଇଛି।

ସୂଚନାଯୋଗ୍ୟଯେ, ଜିଲ୍ଲାରେ ମୋଟ ୨୧ ଜଣ କରୋନା ଭାଇରସ୍ ରେ ସଂକ୍ରମିତ ହୋଇଥିବା ବେଳେ ପୂର୍ବରୁ ୧୯ ଜଣ ସୁସ୍ଥ ହୋଇ ଫେରିଥିଲେ। ଏବେ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହା ପରେ ଜିଲ୍ଲା କରୋନା ମୁକେତ ହୋଇଛି।