ନୂଆ ଦିଲ୍ଲୀ ୧୮-୯ (ଓଡ଼ିଆ ପୁଅ) ଆକାଶରୁ ଆକାଶକୁ ଗତିଶୀଳ କ୍ଷେପଣାସ୍ତ୍ର ଅସ୍ତ୍ରକୁ ଓଡିଶା ଉପକୂଳରୁ ସଫଳତାର ସହ ପରୀକ୍ଷଣ କରାଯାଇଛି। ପରୀକ୍ଷାମୂଳକ ଭାବେ ଏହି କ୍ଷେପଣାସ୍ତ୍ରକୁ ଆଜି ସୁ-୩୦ଏମକେଆଇରୁ ପରୀକ୍ଷଣ କରାଯାଇଥିଲା। ଆକାଶମାର୍ଗରେ ଏହା ସଫଳତାର ସହ ଧାର୍ଯ୍ୟ ଲକ୍ଷ୍ୟକୁ ଭେଦ କରିବା ସହ ଆକାଶରୁ ଆକାଶକୁ ଗତିଶୀଳ ପ୍ରଥମ ସ୍ୱଦେଶୀ କ୍ଷେପଣାସ୍ତ୍ରର କ୍ଷମତା ପ୍ରଦର୍ଶିତ ହୋଇଥିଲା। ଉପଯୁକ୍ତ ପ୍ରକ୍ରିୟାରେ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯିବା ସହ ବିଭିନ୍ନ ରାଡାର, ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଙ୍ଗ ସିଷ୍ଟମ (ଇଓଟିଏସ) ଓ ସେନ୍ସର ମାଧ୍ୟମରେ ଏହା ଲକ୍ଷ୍ୟ ଭେଦ କରିଥିବା ନେଇ ନିଶ୍ଚିତ କରାଯାଇଥିଲା। ଏହି ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଡିଆରଡିଓ ଓ ବାୟୁସେନା ଦଳକୁ ଅଭିନନ୍ଦନ ଜଣାଇଛନ୍ତି।
ସୁ-୩୦ଏମକେଆଇରୁ ଅସ୍ତ୍ର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
