Odiapua.com

୨ ଦିନ ପାଇଁ ସିଲ୍ ‌ ହେଲା ଏୟାର ଇଣ୍ଡିଆ ମୁଖ୍ୟ କାର୍ଯ୍ୟାଳୟ

ନୂଆଦିଲ୍ଲୀ ୧୨-୫ (ଓଡ଼ିଆ ପୁଅ) : ଏୟାର ଇଣ୍ଡିଆ କର୍ମଚାରୀ କରୋନା ପଜିଟିଭ୍ ହେବା କାରଣରୁ ଦିଲ୍ଲୀରେ ଥିବା ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟାଳୟକୁ ସିଲ୍ କରିଦିଆଯାଇଛି।

ଗୁରୁଦ୍ୱାରା ରକାବ୍‌ଗଞ୍ଜ ରୋଡ୍‌ ବିଲ୍‌ଡିଂରେ ନିଯୁକ୍ତି ପାଇଥିବା ଏହି କର୍ମଚାରୀ ଜଣଙ୍କଠାରେ ସୋମବାର ସନ୍ଧ୍ୟାରେ କୋଭିଡ୍‌-୧୯ ପଜିଟିଭ ଥିବା ଜଣା ପଡ଼ିଥିଲା।

ଏୟାର ଇଣ୍ଡିଆର ମୁଖ୍ୟାଳୟକୁ ମଙ୍ଗଳବାର ଓ ବୁଧବାର ଏହି ଦୁଇ ଦିନ ପାଇଁ ସିଲ୍ କରାଯାଇଛି। ପ୍ରୋଟୋକଲ୍ ଦୃଷ୍ଟିରୁ ସାନିଟାଇଜେସନ୍ ପାଇଁ ଅଫିସ ବନ୍ଦ ରହିବ। ସମ୍ପୃକ୍ତ କାର୍ଯ୍ୟାଳୟକୁ ପରିମଳ କରିବାକୁ ନୂଆଦିଲ୍ଲୀ

ମ୍ୟୁନିସିପାଲିଟି କର୍ପୋରେସନକୁ ନିର୍ଦ୍ଦେଶ ଦିଆଯାଇଛି। ଏନଡିଏମସି ଅନୁମୋଦନ ପରେ ହିଁ ଏୟାର ଇଣ୍ଡିଆ ଦିଲ୍ଲୀର କାର୍ଯ୍ୟାଳୟରୁ କାମ ଆରମ୍ଭ କରିପାରିବ ବୋଲି ଜଣେ ଅଧିକାରୀ କହିଛନ୍ତି।