Odiapua.com

କରୋନାଭୟ : ଇଟାଲୀ, ଦକ୍ଷୀଣ କୋରିଆକୁ ବିମାନ ସେବା ବାତିଲ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ ମାର୍ଚ୍ଚ ୧୨ (ଓଡ଼ିଆ ପୁଅ) ଦେଶରେ କରୋନା ଭାଇରସ୍ ବ୍ୟାପିବାର ଭୟକୁ ଦୃଷ୍ଟିରେ ରଖି ଇଟାଲୀ, ଦକ୍ଷୀଣ କୋରିଆକୁ ଏୟାର ଇଣ୍ଡିଆ ମାର୍ଚ୍ଚ ୨୫ ଏବଂ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଏହାର ସମସ୍ତ ବିମାନ ସେବାକୁ ବାତିଲ କରିଛି ବୋଲି ରିପୋର୍ଟରୁ ଜଣାପଡ଼ିଛି।

ସୂଚନାଯୋଗ୍ୟଯେ, ଭାରତ କରୋନାଭାଇରସ୍ ର ସଂକ୍ରମଣକୁ ରୋକିବା ପାଇଁ ଏହି ପଦକ୍ଷେପ ନେଇଛି। ଏନେଇ କେନ୍ଦ୍ର ସରକାର ଏପ୍ରିଲ ୧୫ ପର୍ଯ୍ୟନ୍ତ ଭାରତକୁ ସମସ୍ତ ଭିସା ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟଯେ, ଚାଇନାର ୱୁହାନ ସହରରୁ ଆରମ୍ଭ ଏହି ଭୁତାଣୁ ୪, ୦୦୦ ରୁ ଅଧିକ ଲୋକଙ୍କ ଜୀବନ ନେଇସାରିଲାଣି। ଚାଇନା ବ୍ୟତୀତ ଇଟାଲୀ ଏବଂ ଦକ୍ଷିଣ କୋରିଆରେ ମାରାତ୍ମକ ଭୁତାଣୁ ସର୍ବାଧିକ ଲୋକଙ୍କ ଜାବନ ନେଇସାରିଲାଣି।

ବର୍ତ୍ତମାନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହାକପୁ ବିଶ୍ୱ ମହାମାରୀ ଘୋଷଣା କରିସାରିଛି। କେନ୍ଦ୍ର ସରକାର କହିଛନ୍ତି ଯେ, ୧୦ ଜଣ ଲୋକଙ୍କର ଟେଷ୍ଟ ପଜିଟିବ୍ ପ୍ରମାଣିତ ହେବା ସହିତ ଭାରତରେ COVID-19 ମାମଲାର ସଂଖ୍ୟା ୬୦ କୁ ବୃଦ୍ଧି ପାଇଛି। ୬୦ ଟି ମାମଲା ମଧ୍ୟରୁ ୩୬ ଜଣ ଭାରତୀୟ ନାଗରିକ ଅଟନ୍ତି।