Odiapua.com

ଅଗ୍ନିପଥ ଅଗ୍ନି’: ଉଗ୍ର ପ୍ରଦର୍ଶନରୁ ନିବୃତ୍ତ ରହିବାକୁ ନିବେଦନ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ଦେଶବ୍ୟାପୀ ପ୍ରତିବାଦ ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଅନେକ ସ୍ଥାନରେ ବିକ୍ଷୋଭ ଉଗ୍ର ତଥା ହିଂସାକାଣ୍ଡର ରୂପ ନେଉଛି। ଧନ, ଜୀବନ କ୍ଷତି ଘଟୁଛି। ରେଳବାଇ ଉପରେ ମଧ୍ୟ ହିଂସାକାଣ୍ଡର ପ୍ରଭାବ ପଡ଼ୁଛି। ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଅଶ୍ୱିନୀ କହିଛନ୍ତି, ରେଳବାଇ ରାଷ୍ଟ୍ରର ସମ୍ପତ୍ତି, ଆପଣଙ୍କ ସମ୍ପତ୍ତି। ଏହା ଉପରେ କୌଣସି ପ୍ରକାର କ୍ଷତି ପହଞ୍ଚାନ୍ତୁ ନାହିଁ। ସରକାର ଆପଣଙ୍କ କଥାକୁ ସମ୍ବେଦନଶୀଳତାର ସହ ଶୁଣୁଛନ୍ତି। ପ୍ରସଙ୍ଗ ଉପରେ ଆଲୋଚନା କରିବା ଉଚିତ୍। ଏହାସହ ଏହିପରି ରେଳ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବାରୁ ନିବୃତ୍ତ ରହିବାକୁ ଅନୁରୋଧ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
/-Dr