Odiapua.com

ମୁମ୍ବାଇରେ ପୁଣି ଖୋଲିବ ଡାନ୍ସବାର୍,ଟଙ୍କା ଉଡ଼ାଇବା ଉପରେ ପ୍ରତିବନ୍ଧ

ମୁମ୍ବାଇ:ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇ ସମେତ ରାଜ୍ୟର ଅନ୍ୟାନ୍ୟ ସହର ଗୁଡ଼ିକରେ ପୁଣି ଡାନ୍ସବାର୍ ଖୋଲିବା ପାଇଁ ସୁପ୍ରିମକୋର୍ଟ ମଞ୍ଜୁରୀ ଦେଇଛନ୍ତି।ଏହା ସହିତ ଡାନ୍ସବାର୍ ଖୋଲିବା ପାଇଁ ରାଜ୍ୟ ସରକାର କରିଥିବା କଡ଼ା ନିୟମକୁ ମଧ୍ୟ ସୁପ୍ରିମକୋର୍ଟ ଢିଲା କରି ଦେଇଛନ୍ତି।କିନ୍ତୁ ଡାନ୍ସବାରରେ ଅଶ୍ଳୀଳତା ଏବଂ ଟଙ୍କା ଉଡ଼ାଇବା ଉପରେ ପ୍ରତିବନ୍ଧ ଲଗାଯାଇଛି।/ଦେବଦତ୍ତ