ଭୁବନେଶ୍ୱର ୩୦-୫ (ଓଡ଼ିଆ ପୁଅ) : ରାଜ୍ୟରେ ପୁଣି ୯୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୧୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ୱେବସାଇଟ୍ରେ ସୂଚନା ଦିଆଯାଇଛି। ସୂଚନାମତେ ସମସ୍ତ ନୂଆ ସଂକ୍ରମିତ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି।
ତେବେ ୯୬ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୬ ଜଣ, ଯାଜପୁର ଜିଲ୍ଲାରୁ ୬ ଜଣ, ବାଲେଶ୍ୱର ଜିଲ୍ଲାରୁ ୪ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୯ ଜଣ, ଭଦ୍ରକ ଜିଲ୍ଲାରୁ ୭ ଜଣ, କଟକ ଜିଲ୍ଲାରୁ ୬ ଜଣ, ପୁରୀ ଜିଲ୍ଲାରୁ ଜଣେ, କେନ୍ଦ୍ରାପଡା ଜିଲ୍ଲାରୁ ୧୦ ଜଣ, ବଲାଙ୍ଗୀର ଜିଲ୍ଲାରୁ ୭ ଜଣ, ଜଗତସିଂହପୁର ଜିଲ୍ଲାରୁ ୬ ଜଣ, ନୟାଗଡ ଜିଲ୍ଲାରୁ ଜଣେ, ସୁନ୍ଦରଗଡ ଜିଲ୍ଲାରୁ ୭ ଜଣ, ଦେବଗଡ ଜିଲ୍ଲାରୁ ୪ ଜଣ, କେନ୍ଦୁଝର ଜିଲ୍ଲାରୁ ଜଣେ, କଳାହାଣ୍ଡି ଜିଲ୍ଲାରୁ ୫ ଜଣ, ଗଜପତି ଜିଲ୍ଲାରୁ ୧୦ ଜଣ, ନୂଆପଡା ଜିଲ୍ଲାରୁ ୪ ଜଣ ଏବଂ ଢେଙ୍କାନାଳ ଜିଲ୍ଲାରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୧୮୧୯ଜଣ କରୋନା ଆକ୍ରାନ୍ତ ଙ୍କ ମଧ୍ୟରୁ ୯୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୮୩୩ ଜଣ ସକ୍ରୀୟ ଚିକିତ୍ସିତ ହେଉଛନ୍ତି। ୭ ଜଣଙ୍କର କରୋନା ଭାଇରସ୍ କାରଣରୁ ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଜଣଙ୍କର ଅନ୍ୟ ରୋଗ କାରଣରୁ ମୃତ୍ୟୁ ହୋଇଛି।