Odiapua.com

ସରିଲା ରଜ ମଉଜ: ଆଜି ପବିତ୍ର ବସୁମତୀ ସ୍ନାନ; ମହାଲକ୍ଷ୍ମୀ ଗାଧୁଆ ..

ଭୁବନେଶ୍ୱର: ବସୁମତୀ ସ୍ନାନ ହେଉଛି ରଜ ପର୍ବର ଅନ୍ତିମ ଦିବସ। ଏହା ବସୁଧା ମାତାଙ୍କ ଶୁଦ୍ଧ ସ୍ନାନ। ଏହାକୁ ଧରାସ୍ନାନ ମଧ୍ୟ କୁହାଯାଏ। ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀ ମାତା ତିନିଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇଥାଆନ୍ତି। ବସୁମତୀ ସ୍ନାନ ଦିବସରେ ଧରଣୀ ମାତା ପ୍ରତି ଭକ୍ତିଭାବ ଜାଗ୍ରତ ହୋଇଥାଏ । ବସୁମାତା ରଜସ୍ୱଳା ହୋଇ ଶୁଦ୍ଧସ୍ନାନ ପରେ ସୃଜନ କ୍ଷମତାଶୀଳା ଅର୍ଥାତ ଶସ୍ୟ ବୀଜ ଧାରଣକାରିଣୀ ହୋଇପାରନ୍ତି।ରଜସ୍ୱଳାନାରୀ ସଦୃଶ ତିନିଦିନ ଅସ୍ପୃଶ୍ୟ ହୋଇ ରହିବା ପରେ ଚତୁର୍ଥ ଦିନ ପ୍ରାତଃ କାଳରେ ଏହି ଶୁଦ୍ଧ ସ୍ନାନ ପର୍ବ। ଏହି ଦିନ ରଜପର୍ବର ଆନନ୍ଦ ଉଲ୍ଲାସରୁ ବାହାରି ଆଧ୍ୟାତ୍ମିକତା, ପୂଜାପାଠ କରାଯାଏ।

ଏହି ଦିନଟିକୁ ମହାଲକ୍ଷ୍ମୀ ସ୍ନାନ ମଧ୍ୟ କୁହାଯାଏ। ଘରେ ମହାଲକ୍ଷ୍ମୀ ସ୍ନାନ, ମହାଲକ୍ଷ୍ମୀ ଗାଧୁଆ ବା ଶୁଦ୍ଧ ସ୍ନାନ କରାଯାଏ। ପ୍ରାତଃ କାଳରୁ ଉଠି ସ୍ନାନାଦି କାମ ସାରି ଠାକୁର ଘରେ ଶିଳପୁଆରେ ହଳଦୀ କନା ଗୁଡ଼ାଇ ସିନ୍ଦୂର, କଜଳ ଦେଇ ଧରଣୀ ମାତାଙ୍କ ସ୍ୱରୂକୁ ସଜାଇ ପିଢ଼ା ଉପରେ ସ୍ଥାପନା କରି କଳସ ଆମ୍ବଡ଼ାଳ ରଖି କ୍ଷୀର ଦେଇ ସ୍ନାନ କରାଯାଏ। ମହାଲକ୍ଷ୍ମୀଙ୍କ ସ୍ନାନ କରାଯାଏ। ମାର୍ଗଶୀର ଶେଷ ଗୁରୁବାରଦିନ ବନ୍ଦ ହୋଇଥିବା ମହାଲକ୍ଷ୍ମୀ ପେଡ଼ି ଏହି ଦିନ ଖୋଲା ଯାଇଥାଏ। /-ଦେବଦତ୍ତ ରଥ