Odiapua.com

ଷ୍ଟାର ପ୍ରଚାରକରେ ଆଡ଼ଭାନୀ ଏବଂ ଯୋଶୀଙ୍କ ନାଁ ନାହିଁ!

ନୂଆଦିଲ୍ଲୀ:ଲୋକସଭା ନିର୍ବାଚନ ପାଇଁ ବିଜେପି ଉତ୍ତରପ୍ରଦେଶ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ସୂଚୀ ଜାରୀ କରିଛି।କିନ୍ତୁ ଏହି ଲିଷ୍ଟରେ ବିଜେପିର ଦୁଇ ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ ଏବଂ ମୁରଲୀ ମନୋହର ଯୋଶୀଙ୍କ ନାଁ ନାହିଁ।ଏହା ସହ ଷ୍ଟାର ପ୍ରଚାରକ ଲିଷ୍ଟରେ କେନ୍ଦ୍ରମନ୍ତ୍ରୀ ତଥା ପିଲୀଭୀତ ସାଂସଦ ମେନକା ଗାନ୍ଧୀ ଏବଂ ତାଙ୍କ ପୁଅ ସୁଲତାନପୁର ସାଂସଦ ବରୁଣ ଗାନ୍ଧୀଙ୍କର ନାଁ ମଧ୍ୟ ନାହିଁ।ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଗୁଜୁରାଟର ଗାନ୍ଧୀନଗର ସିଟରୁ ଆଡ଼ଭାନୀଙ୍କ ଟିକେଟ କଟାଯାଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଦିଆଯାଇଥିବା ବେଳେ ଉତ୍ତରପ୍ରଦେଶ କାନପୁର ଆସନରୁ ମଧ୍ୟ ଯୋଶୀଙ୍କ ଟିକେଟ କାଟି ଦିଆଯାଇଛି।//ଦେବଦତ୍ତ ରଥ