Odiapua.com

ଚୀନ ଆଉ ପାକିସ୍ଥାନକୁ ଝଟକା: ଭାରତକୁ ରହିବନି ଆଉ ପରମାଣୁ ଆକ୍ରମଣ ଭୟ

ନୂଆଦିଲ୍ଲୀ: କଥା କଥାକେ ପରମାଣୁ ଆକ୍ରମଣର ଧମକ ଦେଉଥିବା ପାକିସ୍ଥାନ ସମେତ କୁଚକ୍ରି ଚୀନ ପାଇଁ ଏକ ବଡ଼ ଝଟକା।ଭାରତ ଉପରେ ଆଉ ରହିବନି ପରମାଣୁ ଆକ୍ରମଣର ଭୟ।କାରଣ ଭାରତର ପରମ ମିତ୍ର ରାଷ୍ଟ୍ର ରୁଷ ଭାରତକୁ ଏସ- ୪୦୦ ଡିଫେନ୍ସ ସିଷ୍ଟମ ଦେବାକୁ ଯାଉଛି।ଖୁବ୍ ଶୀଘ୍ର ଏହା ଭାରତରେ ଆସି ପହଞ୍ଚିବ।ଭାରତ ଏନେଇ ରୁଷକୁ ଏଡଭାନ୍ସ ପେମେଣ୍ଟ କରି ସାରିଛି।ଏବେ ଭାରତକୁ ଏହି ଡିଫେନ୍ସ ସିଷ୍ଟମର ଡେଲିଭରି ଆସନ୍ତା ବର୍ଷ ମିଳିଯିବ।

ଏସ- ୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ ହେଲା ଏସ-୩୦୦ର ଅପଡେଟ ଭର୍ସନ।ଏହା ୪୦୦ କିଲୋମିଟର ରେଞ୍ଜ ଭିତରେ ଶତୃ ପକ୍ଷରୁ ଆସୁଥିବା ମିଶାଇଲ ଏବଂ ୫ମ ପିଢ଼ିର ଲଢ଼ୁଆ ବିମାନକୁ ମଧ୍ୟ ଧ୍ୱସ୍ତ କରିଦେବ।ଏସ- ୪୦୦ ଡିଫେନ୍ସ ସିଷ୍ଟମ ଏକ ପ୍ରକାର ମିସାଇଲ ସିଲ୍ଡ କରିବାର କାମ କରିବ।ଯାହା ପାକିସ୍ଥାନ ଏବଂ ଚୀନର ପରମାଣୁ କ୍ଷମତା ସଂପର୍ଣ୍ଣ ବାଲେଷ୍ଟିକ ମିସାଇଲ ଠାରୁ ଭାରତକୁ ସୁରକ୍ଷିତ ରଖିବ।ଏହି ଡିଫେନ୍ସ ସିଷ୍ଟମ ୭୨ଟି ମିସାଇଲକୁ ଏବଂ ୩୬ଟି ପରମାଣୁ କ୍ଷମତା ସଂପର୍ଣ୍ଣ ମିସାଇଲକୁ ଏକା ଥରକେ ଟାର୍ଗେଟ କରି ନଷ୍ଟ କରି ପାରିବ।ଏପରିକି ଏହି ଏସ- ୪୦୦ ଡିଫେନ୍ସ ସିଷ୍ଟମ ଆମେରିକାର ସବୁଠୁ ଏଡଭାନ୍ସ ଫାଇଟର ଜେଟ୍ ଏକେ- ୩୫କୁ ମଧ୍ୟ ଖସାଇ ଦେଇପାରିବ।ଚୀନ ପରେ ଏହି ଡିଫେନ୍ସ ସିଷ୍ଟମ କିଣିବାରେ ଭାରତ ଦୂତୀୟ।ସୂଚନା ମୁତାବକ ଭାରତ ଏବଂ ରୁଷ ମଧ୍ୟରେ ଏନେଇ ୫.୪୩ ଆରବ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୩୯ ହଜାର କୋଟି) ଟଙ୍କାରେ ଚୁକ୍ତି ହୋଇଛି।//ଦେବଦତ୍ତ ରଥ