Odiapua.com

ଅଧୀର ରଞ୍ଜନ ଚୌଧରୀଙ୍କର ବାସଭବନରେ ଅଜ୍ଞାତ ଲୋକମାନଙ୍କର ଆକ୍ରମଣ: ଷ୍ଟାଫଙ୍କ ସହ ମାରପିଟ

ନୂଆ ଦିଲ୍ଲୀ ୩-୩ (ଓଡ଼ିଆ ପୁଅ) ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧରୀଙ୍କର ହନୁମାନ ରୋଡ୍ ବାସଭବନରେ ଆକ୍ରମଣ ହୋଇଥିବାର ଖବର ଆସିଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ମୁତାବକ କିଛି ଅଜ୍ଞାତ ଲୋକ ମଙ୍ଗଳବାର ସଂଧ୍ୟା ୫:୩୦ ବେଳେ ଅଧୀର ରଞ୍ଜନଙ୍କର ଦିଲ୍ଲୀ ସ୍ଥିତ ବାସଭବନ ଉପରେ ଆକ୍ରମଣ କରିଥିଲେ।

ଖବର ମିଳିଛି କି ଚୌଧୁରୀଙ୍କର ଘରେ କାମ କରୁଥିବା ଲୋକମାନଙ୍କ ସହିତ ମଧ୍ୟ ମାରପିଟ କରାଯାଇଛି। ଦୁର୍ବୃତ୍ତମାନେ କେବଳ ମାରପିଟ କରି ନାହାଁନ୍ତି ସେମାନେ କିଛି ଫାଇଲ ଏବଂ କାଗଜପତ୍ର ନେଇଯାଇଥିବା ଖବର ମିଳିଛି।