Odiapua.com

ଭେଟେରାନ୍ ଅଭିନେତା ଉନିକ୍ରିଷ୍ଣନ୍ ନାମ୍ବୋଥୀରୀଙ୍କ ପରଲୋକ

ନୂଆ ଦିଲ୍ଲୀ ୨୦-୧ (ଓଡ଼ିଆ ପୁଅ) ଭେଟେରାନ ଅଭିନେତା ଉନିକ୍ରିଷ୍ଣନ୍ ନାମ୍ବୋଥୀରୀ, ଯିଏ ଅନସ୍କ୍ରିନରେ ବରିଷ୍ଠ ନାଗରିକ ତଥା ପ୍ରିୟ “ଜେଜେବାପା” ଚରିତ୍ର ପାଇଁ ବେଶ୍ ଜଣାଶୁଣା, ସେ ୯୮ ବର୍ଷରେ ପରଲେକ ଗମନ କରିଛନ୍ତି। କନ୍ନୁରର ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ସେ ଗତ ଦୁଇ ସପ୍ତାହ ଧରି ଚିକିତ୍ସିତ ହେଉଥିଲେ। ଉନ୍ନିକ୍ରିଷ୍ଣନ୍ ନାମ୍ବୋଥୀରୀଙ୍କର COVID-19 ରିପୋର୍ଟ ନେଗେଟିଭ୍ ଆସିବା ପରେ ଏହି ଖବର ଅନେକ ଖବରକାଗଜର ହେଡଲାଇନ୍ ହୋଇଥିଲା। ଗତ ସପ୍ତାହରେ ନିମୋନିଆରେ ଆକ୍ରାନ୍ତ ହେବା ପରେ ଭେଟେରାନ ଅଭିନେତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା। କିନ୍ତୁ ଉନିକ୍ରିଷ୍ଣନ୍ ନାମ୍ବୋଥୀରୀ ପୁଣି ଜ୍ୱରରେ ପୀଡିତ ହୋଇଥିଲେ, ଏହା ପରେ ତାଙ୍କର COVID-19 ପଜିଟିଭ୍ ଆସିଥିଲା। ଯଦିଓ ବରିଷ୍ଠ ଅଭିନେତାଙ୍କର ପରବର୍ତ୍ତୀ ସମୟରେ ରିପୋର୍ଟ ନେଗେଟିଭ୍ ଆସିଥିଲା। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇଥିଲେ।
ଉନ୍ନିକୃଷ୍ଣନ୍ ନାମ୍ବୋଥୀରୀ ୭୩ ବର୍ଷ ବୟସରେ ଜୟରାଜଙ୍କ ନିର୍ଦ୍ଦେଶିତ ସମାଲୋଚିତ ଚଳଚ୍ଚିତ୍ର ଦେଶଦାନମ୍ ଚଳଚିତ୍ରରୁ ଅଭିନୟ ଆରମ୍ଭ କରିଥିଲେ। ପରେ ସେ ମଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ଲୋକପ୍ରିୟ ଚଳଚ୍ଚିତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ତବୁ, ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଜେଜେବାପା ଭୂମିକାରେ ଅଭିନୟ କରିଛନ୍ତି।