Odiapua.com

ନିତିନ ଗଡକରୀଙ୍କୁ ସାକ୍ଷାତ କଲେ ଅଭିନେତା ସଂଜୟ ଦତ୍ତ : ଚର୍ଚ୍ଚା ଜୋର ଧରିଲା

ନାଗପୁର ୧୬-୯ (ଓଡ଼ିଆ ପୁଅ) ଅଭିନେତା ସଂଜୟ ଦତ୍ତ ରବିବାରଦିନ କେନ୍ଦ୍ରୀୟ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀଙ୍କୁ ନାଗପୁର ସ୍ଥିତ ତାଙ୍କର ବାସଭବନରେ ସାକ୍ଷାତ କରିଛନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ସଞ୍ଜୟ ଦତ୍ତ ଏବଂ ନିତିନ ଗଡକରୀଙ୍କର ଏହି ସାକ୍ଷାତକୁ ବହୁତ ମୁଖ୍ୟ ମାନୁଛନ୍ତି ରାଜନୈତିକ ପଣ୍ଡିତମାନେ। ଅବଶ୍ୟ, ସାକ୍ଷାତର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ ଚର୍ଚ୍ଚା ଯୋର ଧରିଛି। ସୂଚନାଯୋଗ୍ୟଯେ, ନିକଟରେ ସଂଜୟ ଦତ୍ତ ଏକ ରାଜନୈତିକ ପାର୍ଟିରେ ଯୋଗଦେବେ ବୋଲି ଖବର ଆସିଥିଲା, କିନ୍ତୁ ସେ କୌଣସି ରାଜନୈତିକ ପାର୍ଟୀ ରେ ଯୋଗ ଦେବାକଥାକୁ ଏଡ଼ାଇ ଦେଇଥିଲେ।

ଏହା ପୂର୍ବରୁ ଅଗଷ୍ଟରେ, ରାଷ୍ଟ୍ରୀୟ ସମାଜ ପକ୍ଷ (ଆରଏସପି) ପ୍ରମୁଖ ଏବଂ ପଶୁପାଳନ ମନ୍ତ୍ରୀ ମହାଦେବ ଜାନକର ଦାବା କରିଥିଲେ କି ବଲିଉଡ଼୍ ଷ୍ଟାର ସଂଜୟ ଦତ୍ତ ତାଙ୍କ ପାର୍ଟୀରେ ସାମିଲ ହେବେ। ଅଗଷ୍ଟ, ୨୦୧୯ ରେ ବଲିଉଡ଼୍ ଅଭିନେତା ସଂଜୟ ଦତ୍ତ ଏହା ସ୍ପଷ୍ଟ କରିଥିଲେ କି ସେ କୌଣସି ମଧ୍ୟ ରାଜନୈତିକ ଦଳରେ ସାମିଲ ହେବେ ନାହିଁ। ସଂଜୟ କହିଥିଲେ, ମୁଁ କୌଣସି ମଧ୍ୟ ରାଜନୈତିକ ଦଳରେ ସାମିଲ ହେବିନାହିଁ। ଜାନକର ମୋର ପ୍ରିୟ ମିତ୍ର ଏବଂ ଭାଇ ଅଟନ୍ତି ଏବଂ ମୁଁ ତାଙ୍କର ଭବିଷ୍ୟତ ପାଇଁ ଶୁଭକାମନା ଜଣାଉଛି।

ପୁନଶ୍ଚ ସୂଚନାଯୋଗ୍ୟଯେ, କି ବର୍ଷ ୨୦୦୯ ରେ ସମାଜବାଦୀ ପାର୍ଟୀ ସଂଜୟ ଦତ୍ତଙ୍କୁ ଲକ୍ଷ୍ନୌ ଲୋକସଭା ଆସନରୁ ପ୍ରାର୍ଥୀ କରିବାପାଇଁ ଚାହୁଁଥିଲା କିନ୍ତୁ କୋର୍ଟରେ ମାମଲା ବିଚରାଧିନ ଯୋଗୁ ସେ ପ୍ରାର୍ଥୀ ହୋଇପାରିନଥିଲେ। ପରବର୍ତ୍ତି ସମୟରେ ସାଙ୍କୁ ସମାଜବାଦୀ ପାର୍ଟିର ସାଧାରଣ ସମ୍ପାଦକ କରାଯାଇଥିଲା। କିନ୍ତୁ ପରେ ସେ ସେଥିରୁ ଇସ୍ତପା ଦେବା ସହ ପାର୍ଟିରୁ ମଧ୍ୟ ଇସ୍ତପା ଦେଇଥିଲେ।