Odiapua.com

ତୃତୀୟ ଦିନରେ ରିୟା ଚକ୍ରବର୍ତ୍ତୀ ଏନସିବି କାର୍ଯ୍ୟାଳୟରେ ପହଁଚିଲେ ଆଜି ତୃତୀୟ ଦିନ ହେବ ପଚରାଉଚରା

ନୂଆଦିଲ୍ଲୀ, ୦୮ ସେପ୍ଟେମ୍ବର (ଓଡ଼ିଆ ପୁଅ) ରିୟା ଚକ୍ରବର୍ତ୍ତୀ ଏନସିବି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ମଙ୍ଗଳବାର, ଆଜି ଏନସିବି ତାଙ୍କୁ ଡ୍ରଗ୍ସ ମାମଲାରେ ପଚରାଉଚରା କରିବ। ସୂଚନାଯୋଗ୍ୟଯେ, ଆଜି ରିୟାଙ୍କୁ ପଚରାଉଚରା କରାଯିବାର ଏହା ହେଉଛି ତୃତୀୟ ଦିନ। ଆଜି ଶୌଭିକ୍ ଏବଂ ମିରାଣ୍ଡାଙ୍କ ସାମ୍ନାରେ ରିୟାଙ୍କୁ ପଚରାଉଚରା କରାଯାଇପାରେ। ସୁଶାନ୍ତ ସିଂ ରାଜପୁତ ମାମଲାରେ ରିୟା ଏବଂ ତାଙ୍କ ଭାଇ ଶୌଭିକଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦ୍ୱାରା କଡାକଡି କରାଯାଇଛି। ଡ୍ରଗ୍ସ ମାମଲାରେ ଶୋଭିକ୍ ପୂର୍ବରୁ ହେପାଜତରେ ଏନସିବିରେ ଅଛନ୍ତି। ଏଥି ସହିତ ରିୟାଙ୍କୁ ଏନସିବିର ପଚରାଉଚରା ଜାରି ରହିଛି।