Odiapua.com

ଅମୀର ଖାନଙ୍କୁ କରୋନା, ଏବେ ଆଇସୋଲେସନ୍‌ରେ

ମୁମ୍ବାଇ ୨୪-୩ (ଓଡ଼ିଆ ପୁଅ) ବଲିଉଡ ଅଭିନେତା ଅମୀର ଖାନ କରୋନା ସଂକ୍ରମିତ ହୋଇଛନ୍ତି। ସେ ବର୍ତ୍ତମାନେ କ୍ୱାରେଣ୍ଟିନ୍‌ରେ ଅଛନ୍ତି। ଅଭିନେତା ତାଙ୍କ କର୍ମଚାରୀଙ୍କୁ କରୋନା ଭୂତାଣୁ ଟେଷ୍ଟ କରିବାକୁ ମଧ୍ୟ କହିଛନ୍ତି। ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ଏବଂ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ଅଭିନେତା କର୍ମଚାରୀଙ୍କୁ ନିବେଦନ କରିଛନ୍ତି। ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଲାଲ ସିଂ ଚଢ଼ାର ସୁଟିଂ ଆରମ୍ଭ କରିବେ।

ଅମୀର ଖାନଙ୍କ ମୁଖପାତ୍ର କହିଛନ୍ତି, ‘କୋଭିଡ -୧୯ ଟେଷ୍ଟରେ ଅମୀର ଖାନଙ୍କର ରିପୋର୍ଟ ପଜିଟିଭ୍ ଆସିଛି। ସମସ୍ତ ପ୍ରୋଟୋକଲ ଅନୁସରଣ କରି ସେ ନିଜକୁ ଆଇସୋଲେଟ୍‌ କରିଛନ୍ତି। ସେ ବର୍ତ୍ତମାନ, ତାଙ୍କ ସହ ଯୋଗାଯୋଗ କରିଥିବା ସମସ୍ତ ଲୋକଙ୍କୁ ସତର୍କତା ଅନୁସରଣକରି କରୋନା ଟେଷ୍ଟ କରାଇନେବା ପାଇଁ ଅନୁରୋଧ କରିଛନ୍ତି।