Odiapua.com

ବାଘୁଆ ଛକ ନିକଟରେ ଦୁର୍ଘଟଣା: ଜଣେ ମୃତ

ଧର୍ମଶାଳା, ୮/୭ (ଓଡ଼ିଆ ପୁଅ/ମାନସ ରାଉତ) ଆଜି ସଂଧ୍ୟା ସମୟରେ ବାଘୁଆ ଛକ ନିକଟରେ ଏକ ଟ୍ରକ ମୋଟର ସାଇକେଲ ଆରୋହୀକୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ମୋଟରସାଇକେଲ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ତାଙ୍କ ନାମ ବଳରାମ ମଳିକଙ୍କ ପୁଅ ଅମୀୟ ମଲିକ (୩୫) ଗ୍ରାମ ଜେନାପୁର ଥାନା ଅନ୍ତର୍ଗତ ବାଲିସାହି ବୋଲି ଜଣାପଡିଛି। ସେ ନିଜ ମୋଟର ସାଇକେଲରେ ଘରକୁ ଫେରୁଥିବା ସମୟରେ ବାଘୁଆ ଛକ ନିକଟରେ ଏକ ଟ୍ରକ ତାଙ୍କ ଉପରେ ମାଡି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ପୋଲିସ ସ୍ଥାନୀୟ ପୋଲିସ ଶବ ଜବତ କରି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିବା ଜଣାପଡିଛି। ତାଙ୍କ ପରିବାରକୁ କ୍ଷତି ପୂରଣ ଦେବା ପାଇଁ ସାଧରଣରେ ଦାବି ହୋଇଛି।