Odiapua.com

ଦୁଇ କାର ମୁହାଁମୁହିଁ ଧକ୍କା : ୧୩ ମୃତ, ତିନି ଗୁରୁତର

ତୁମକୁରୁ ୬-୩ (ଓଡ଼ିଆ ପୁଅ) କର୍ଣ୍ଣାଟକର ତୁମକୁରୁରେ ଶୁକ୍ରବାରଦିନ ଦୁଇଟି କାର ମଧ୍ୟରେ ବଡ଼ ଧରଣର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୧୩ଜଣ ମୃତ୍ୟୁ ହୋଇଥିବା ବେଳେ ତିନିଜଣ ଗମ୍ଭୀର ରୂପରେ ଆହତ ହୋଇଛନ୍ତି। ସୂଚନା ମୁତାବିକ, ଶୁକ୍ରବାର ବଢ଼ି ଭୋରରୁ ତୁମକୁରୁ ନିକଟ କୁନିଗଲରେ ଦୁଇ କାର ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରରେ ଥିଲାଯେ ଗୋଟିଏ କାର ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି।

ମୃତକଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ମଧ୍ୟ ସାମିଲ ଅଛନ୍ତି। ପୁଲିସ ମୁତାବକ, ୧୨ଜଣ ଲୋକଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ସୂଚନା ମୁତାବକ, ଜଣେ ଶିଶୁର ମୃତ୍ୟୁ ଡାକ୍ତରଖାନାରେ ହୋଇଛି। ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରୁ ୧୦ଜଣ ଲୋକ ତାମିଲନାଡୁ ଏବଂ ତିନି ଜଣ କର୍ଣ୍ଣାଟକର ବୋଲି କହାଯାଉଛି। ଦୁର୍ଘଟଣା ମୃତ ସମସ୍ତ ଲୋକ ତୀର୍ଥଯାତ୍ରୀ ଥିଲେ ଯେଉଁମାନେ କର୍ଣ୍ଣାଟକ ସ୍ଥିତ କୌଣସି ଧର୍ମସ୍ଥଳକୁ ଯାଉଥିଲେ। ପୁଲିସ କହିଛିଯେ, ମୃତକଙ୍କ ମଧ୍ୟରେ ପାଞ୍ଚ ଜଣ ମହିଳା ଏବଂ ଦୁଇଜଣ ଶିଶୁ ସାମିଲ ଅଛନ୍ତି।