Odiapua.com

ବୁଡ଼ିଗଲା ଡଙ୍ଗା: ୧୦୦ ଜଣଙ୍କ ସଲିଳ ସମାଧି, ୧୦୦ ନିଖୋଜ – ଉଦ୍ଧାର କାର୍ଯ୍ୟ ଜାରୀ ..

ନୂଆଦିଲ୍ଲୀ: ନାଇଜେରିଆରେ ଏକ ବଡ଼ ଅଘଟଣ ଘଟିଛି। ଡଙ୍କା ବୁଡି ୧୦୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୦୦ ଜଣ ନିଖୋଜ ଅଛନ୍ତି। ପ୍ରାୟ ୧୦୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେଥି ମଧ୍ୟରୁ ଡଙ୍ଗାରେ ପାଖାପାଖି ୩୦୦ ଯାତ୍ରୀ ଥିଲେ ବୋଲି କୁହାଯାଉଛି। ଏମାନେ ସମସ୍ତେ ଏକ ବିବାହ ଉତ୍ସବରେ ଯୋଗଦେଇ ଫେରୁଥିଲେ। ଫେରୁଥିବା ବେଳେ ନାଇଜର ନଦୀରେ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଛି। ମାତ୍ରାଧିକ ଯାତ୍ରୀ ପରିବହନ (ଓଭରଲୋଡିଂ) ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।
-/DevD®ath