Odiapua.com

ଗଙ୍ଗା ପାହାଡ଼ରେ ଅଷ୍ଟପ୍ରହରୀ ମହାମନ୍ତ୍ର ଯଜ୍ଞ ..

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ଶାସନ କାୟା ମୌଜା ଅନ୍ତର୍ଗତ ଗଙ୍ଗା ପାହାଡ଼ରେ ଅବସ୍ଥିତ ଶ୍ରୀ ନୃସିଂହ ଦେବଙ୍କ ପୀଠ ସ୍ଥଳୀରେ ଅଷ୍ଟପ୍ରହରୀ ମହାମନ୍ତ୍ର ନାମଯଜ୍ଞ ଆୟୋଜିତ ହୋଇଛି। ଫାଲ୍ଗୁନ ମାସ ଶୁକ୍ଳପକ୍ଷ ପବିତ୍ର ଫଗୁ ଦଶମୀ (ବୁଧବାର) ଦିନ ଶୁଭାଧିବାସରୁ ଆରମ୍ଭ ହୋଇ ଗୁରୁବାର ଅଖଣ୍ଡ ନାମଯଜ୍ଞ ଆୟୋଜିତ ହୋଇଛି। ଶୁକ୍ରବାର ଅନ୍ତିମ ଦିନରେ ନଗର କୀର୍ତ୍ତନ ଓ ମହୋତ୍ସବ ସହିତ ନାମଯଜ୍ଞର ସମାପନ ଘଟିବ। ପ୍ରାକୃତିକ ତଥା ମନଲୋଭା ପରିବଶ ମଧ୍ୟରେ ସ୍ଥିତ ଗଙ୍ଗା ପାହାଡ଼ ଉପରେ ଅବସ୍ଥିତ ଶ୍ରୀ ନୃସିଂହ ଦେବଙ୍କ ପୀଠ ସ୍ଥଳୀରେ ଆୟୋଜିତ ଏହି ଅଷ୍ଟପ୍ରହରୀ ମହାମନ୍ତ୍ର ନାମଯଜ୍ଞରେ ଆଖପାଖ ଅଞ୍ଚଳର ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି।
-/Dev@Drath