Odiapua.com

ରିଙ୍କୁ ଶର୍ମାଙ୍କ ପରିବାରକୁ ଭେଟିଲେ ଆଦେଶ ଗୁପ୍ତା, ବୈଜୟନ୍ତ, ସାଧ୍ଵୀ ପ୍ରଜ୍ଞା: କପିଲ ଯୋଗାଡ଼ିଲେ ୧ କୋଟି ଟଙ୍କା

ନୂଆଦିଲ୍ଲୀ: ଦିଲ୍ଲୀରେ ସଂଘବଦ୍ଧ ଆକ୍ରମଣ ଦ୍ୱାରା ନିର୍ମମ ଭାବେ ହତ୍ୟା କରାଯାଇଥିବା ବଜରଙ୍ଗ ଦଳ ସଂଯୋଜକ ରିଙ୍କୁ ଶର୍ମାଙ୍କ ପରିବାର ବର୍ଗଙ୍କୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ପ୍ରଭାରୀ ବୈଜୟନ୍ତ ପଣ୍ଡା, ଦିଲ୍ଲୀ ବିଜେପି ସଭାପତି ଆଦେଶ ଗୁପ୍ତା, ସାଂସଦ ହନ୍ସରାଜ ହନ୍ସ ପ୍ରମୂଖ ମଙ୍ଗୋଲପୁରୀ ଠାରେ ଭେଟି ସମବେଦନା ଜଣାଇଛନ୍ତି। ଏହା ସହିତ ବିଜେପିର ଅନେକ ପ୍ରମୂଖ ନେତାଙ୍କ ସମେତ ପୂର୍ବରୁ ବିଜେପିର କଟ୍ଟର ହିନ୍ଦୁବାଦୀ ନେତ୍ରୀ ତଥା ଭୋପାଳ ସାଂସଦ ସାଧ୍ଵୀ ପ୍ରଜ୍ଞା ଠାକୂର ମଧ୍ୟ ପୀଡ଼ିତ ପରିବାରକୁ ଭେଟି ଆଶ୍ୱାସନା ଜଣାଇବା ସହ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି। ସେହିପରି ଦିଲ୍ଲୀ ବିଜେପି ନେତା କପିଲ ମିଶ୍ର ରିଙ୍କୁ ଶର୍ମାଙ୍କ ପରିବାର ବର୍ଗଙ୍କ ଉଦ୍ଦେଶ୍ୟରେ ଏକ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ପ୍ରଥମେ ୨୫ ଲକ୍ଷ ଟଙ୍କା ପ୍ରଦାନ ପରେ ପର୍ଯ୍ୟାୟ କ୍ରମେ ପୀଡ଼ିତ ପରିବାରକୁ ବାକି ଟଙ୍କା ପ୍ରଦାନ କରାଯିବ ବୋଲି କପିଲ ମିଶ୍ର କହିଛନ୍ତି।
/-ଦେବଦତ୍ତ ରଥ