Odiapua.com

ତହସୀଲଦାରଙ୍କର ଅଫିସ୍ କୁ ଆସି ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ଦୁର୍ବୃତ୍ତ – ମୃତ୍ୟୁ

ହାଇଦ୍ରାବାଦ ୪-୧୧ (ଓଡ଼ିଆ ପୁଅ) ତେଲେଙ୍ଗାନାର ରଂଗାରେଡ୍ଡୀ ଜିଲ୍ଲାରେ ଏକ ବଡ଼ ଦୁଃଖ ଖବର ଆସିଛି। ଏଠାରେ ଜଣେ ମହିଳା ତହସୀଲଦାରଙ୍କର ଅଫିସରେ ପଶି ତାଙ୍କୁ ଜୀଅନ୍ତା ଜଳେଇ ଦେଇଛନ୍ତି।ଏହି ମାମଲାରେ ପୋଲିସ କହିଛି ସୋମବାର ଦିନ ଦ୍ୱିପ୍ରହରରେ ଜଣେ ଦୁର୍ବୃତ୍ତ ତହସୀଲଦାରଙ୍କର ଅଫିସକୁ ଆସି ତହସୀଲଦାର ବିଜୟା ରେଡ୍ଡୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛି।

ତେଲେଙ୍ଗାନା ଟୁଡେ ଅନୁସାରେ, ଘଟଣା ସମୟରେ ତହସୀଲଦାର ନିଜର ଅଫିସ୍ ରୁମ୍ ରେ ଥିଲେ ଏବଂ ଏକୁଟିଆ ଥିଲେ। ନିଆଁ ଲାଗିବାରୁ ମହିଳା ଅଧିକାରୀ ଚିତ୍କାର କରି ରୁମ୍ ରୁ ବାହରକୁ ଆସିଥିଲେ। ସେଠାରେ ଉପସ୍ଥିତ କର୍ମଚାରୀମାନେ ତାଙ୍କୁ ବଞ୍ଚେଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅଧିକ ଜଳି ଯାଇଥିବାରୁ ଅଧିକାରୀଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରିନଥିଲା ଏବଂ ଘଟଣା ସ୍ଥଳରେ ହିଁ ମହିଳା ଅଧିକାରୀଙ୍କର ମୃତ୍ୟୁ ହୋଇଯାଇଥିଲା। ମହିଳା ତହସୀଲଦାରଙ୍କୁ ବଞ୍ଚାଇବାକୁ ଯାଇ ଜଣେ କର୍ମଚାରୀ ମଧ୍ୟ ଗମ୍ଭୀର ରୂପରେ ଆହତ ହୋଇଛନ୍ତି।