Odiapua.com

ଆଇଆଇଟି କାନପୁରର ପ୍ରଫେସର ଫାଶୀ ଲଗାଇ କଲେ ଆତ୍ମହତ୍ୟା

କାନପୁର, ୦୮ ଜୁଲାଇ (ଓଡ଼ିଆ ପୁଅ) ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) କାନପୁରର କମ୍ପ୍ୟୁଟର ଏବଂ ଇଞ୍ଜିନିୟରିଂ ବିଭାଗର ସହକାରୀ ପ୍ରଫେସର ପ୍ରମୋଦ ସୁବ୍ରମଣ୍ୟନ୍ (୪୦) ବୁଧବାର ଦିନ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ପୋଲିସକୁ କୌଣସି ସୁଅସାଇଡ୍ ନୋଟ୍ ମିଳିନାହିଁ। ମୃତଦେହକୁ ପୋଷ୍ଟମର୍ଟମକୁ ପଠାଇ ପୋଲିସ ଆତ୍ମହତ୍ୟା କାରଣ ଖୋଜୁଛି।

ସୂଚନା ଅନୁଯାୟୀ, ପ୍ରମୋଦ ତାଙ୍କ ପତ୍ନୀ ପ୍ରୀତିଙ୍କ ସହ ଆଇଆଇଟି କାନପୁର କ୍ୟାମ୍ପସରେ ରହୁଥିଲେ। ତାଙ୍କ ପତ୍ନୀ ମଧ୍ୟ ଏହି ବିଭାଗର ପ୍ରଫେସର ଅଟନ୍ତି। ବୁଧବାର ଦିନ ପ୍ରମୋଦଙ୍କ ମୃତଦେହ ତାଙ୍କ କୋଠରୀରେ ଏକ ରଶୀରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ବିଷୟରେ ଜାଣିବା ପରେ କ୍ୟାମ୍ପସ ଗାର୍ଡମାନେ ମୃତଦେହକୁ ତଳକପ ଓହ୍ଲାଇ ପୋଲିସକୁ ଜଣାଇଥିଲେ।

ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଯାଞ୍ଚ ଆରମ୍ଭ କରିଛି। ଏଥି ସହିତ, ସ୍ୱାମୀଙ୍କ ମୃତ୍ୟୁ ପରେ ପତ୍ନୀଙ୍କ ଭାଙ୍ଗିପଡ଼ିଛନ୍ତି ଏବଂ ସେ ପୋଲିସକୁ କିଛି କହିବାକୁ ଅସମର୍ଥ।