Odiapua.com

କରୋନାଭାଇରସ୍ ସହ ଯୁଦ୍ଧରେ ଗରିବ ଏବଂ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ୧.୭୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆ ଦିଲ୍ଲୀ ୨୬-୩ (ଓଡ଼ିଆ ପୁଅ) କରୋନାଭାଇରସ ବ୍ୟାପିବାରେ ରୋକ ଲଗାଇବା ପାଇଁ ପ୍ରଧାନମନ୍ତ୍ରୀ ଆସନ୍ତା ୨୧ ଦିନ ପର୍ଯ୍ୟନ୍ତ ଲଡଡାଉନ୍ ଘୋଷଣା କରିଛନ୍ତି। ଏ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ନିର୍ମଳା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ ଡାଉନ୍ ପାଇଁ ନିଷ୍ପତ୍ତି ନେଇଛନ୍ତି। ଆମେ ଚାହୁଁନାହୁଁ ଯେ କେହି ଭୋକରେ ରୁହନ୍ତୁ କିମ୍ବା ବିନା ଅର୍ଥରେ ରୁହନ୍ତୁ। ସରକାର ଗରିବ ଲୋକଙ୍କୁ ଟଙ୍କା ଯୋଗାଇ ଦେବେ। ସରକାର ଏକ ଲକ୍ଷ ୭୦ ହଜାର କୋଟିର ରିଲିଫ ପ୍ୟାକେଜ ଦେବେ। ଏହି ପରିପ୍ରେକ୍ଷୀରେ ଶ୍ରମିକ ଏବଂ ଗରିବଙ୍କ ପାଇଁ ସହାୟତା ଆବଶ୍ୟକ। ଆମେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ ଆଣିଛୁ। ସଙ୍କଟ ସମୟରେ ଗରିବଙ୍କ ଉପରେ ଅଧିକ ପ୍ରଭାବ ପଡିଥାଏ। ସ୍ୱାସ୍ଥ୍ୟ କର୍ମୀଙ୍କୁ ୫୦ ଲକ୍ଷ ଟଙ୍କା ବୀମା କଭର ଦିଆଯିବ। ଖାଦ୍ୟ ଏବଂ ଅର୍ଥ ଗରିବ ଲୋକଙ୍କୁ ସାହାଯ୍ୟ କରିବ।

ନିର୍ମଳା ସୀତାରମଣ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ୮୦ କୋଟି ଗରିବ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ। ଯାହାଦ୍ୱାରା କୌଣସି ଗରିବ ଲୋକ ଭୋକିଲା ରହିବେ ନାହିଁ। ଏଥିପାଇଁ ୫ କିଲୋଗ୍ରାମ ଗହମ କିମ୍ବା ଚାଉଳ ତିନିମାସ ପାଇଁ ଉପଲବ୍ଧ ହେବ। ୮୦ କୋଟି ହିତାଧିକାରୀ ଉପକୃତ ହେବେ। PDS ଲାଭରୁ ଏହା ଅଲଗା ହେବ। ଏକ କିଲୋ ଡାଲି ମଧ୍ୟ ଦିଆଯିବ। ଏ ସବୁ ମାଗଣା ଦିଆଯିବ।