Odiapua.com

୯ ସନ୍ତାନଙ୍କୁ ଜନ୍ମଦେଲେ ୨୫ ବର୍ଷିୟା ମହିଳା, ସମସ୍ତେ ସୁରକ୍ଷିତ

ନୂଆ ଦିଲ୍ଲୀ ୫-୫ (ଓଡ଼ିଆ ପୁଅ) : ମାଲିର ଜଣେ ମହିଳା ଏକାସାଙ୍ଗରେ ନଅ ସନ୍ତାନ ଜନ୍ମ ଦେଇଛନ୍ତି, ଯଦିଓ ଏହା ପୂର୍ବରୁ ତାଙ୍କ ଗର୍ଭରେ କେବଳ ସାତୋଟି ସନ୍ତାନ ଥିବା ନିଶ୍ଚିତ କରାଯାଇଥିଲା। ବୁଧବାର ମାଲିର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି।

ମନ୍ତ୍ରଣାଳୟ ରିପୋର୍ଟ କରିଛି ଯେ ୨୫ ବର୍ଷିୟ ହଲିମା ସିସିଙ୍କୁ ମୋରୋକୋକୁ ସ୍ୱତନ୍ତ୍ର ଚିକିତ୍ସା ସେବା ପାଇଁ ପଠାଯାଇଥିଲା ଯେଉଁଠାରେ ସେ ମଙ୍ଗଳବାର ଅସ୍ତ୍ରୋପଚାର ମାଧ୍ୟମରେ ପିଲାମାନଙ୍କୁ ଜନ୍ମ ଦେଇଥିଲେ। ମାଲିର ସ୍ୱାସ୍ଥ୍ୟମନ୍ତ୍ରୀ ଏକ ବିବୃତ୍ତିରେ କହିଛନ୍ତି ଯେ, ମା ଏବଂ ଶିଶୁ (ପାଞ୍ଚ ଝିଅ ଏବଂ ଚାରି ପୁଅ) ସମସ୍ତେ ସୁରକ୍ଷିତ ଅଛନ୍ତି। ସିସିଙ୍କର ପୂର୍ବରୁ ସାତୋଟି ସନ୍ତାନ ଥିବା ନିଶ୍ଚିତ କରାଯାଇଥିଲା। ଏହିପରି ପ୍ରସବ ପାଇଁ ଦେଶରେ ଉପଯୁକ୍ତ ଚିକିତ୍ସା ଉପକରଣ ନ ଥିବାରୁ ମାଲି ଡାକ୍ତରମାନେ ତାଙ୍କୁ ସରକାରଙ୍କ ନିର୍ଦ୍ଦେଶରେ ମୋରୋକୋ ପଠାଇଥିଲେ।