Odiapua.com

ଦକ୍ଷିଣ ଇଜିପ୍ଟରେ ଦୁଇଟି ଟ୍ରେନ୍ ମଧ୍ୟରେ ଧକ୍କା – ୩୨ ଜଣଙ୍କର ମୃତ୍ୟୁ, ୬୬ ଜଣ ଆହତ

କାଇରୋ/ନୂଆଦିଲ୍ଲୀ ୨୬-୩ (ଓଡ଼ିଆ ପୁଅ) ଶୁକ୍ରବାର ଦିନ ଦକ୍ଷିଣ ଇଜିପ୍ଟରେ ଏକ ଟ୍ରେନ୍ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏଥିରେ ପ୍ରାୟ ୩୨ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୬୬ ଜଣ ଆହତ ହୋଇଛନ୍ତି।

ସୂଚନା ପ୍ରଦାନ କରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଶୁକ୍ରବାର ଦିନ ଦକ୍ଷିଣ ଇଜିପ୍ଟରେ ଦୁଇଟି ଟ୍ରେନ୍ ଧକ୍କା ହେବା ଫଳରେ ଅତି କମରେ ୩୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୬ ଜଣ ଆହତ ହୋଇଛନ୍ତି। ରାଜଧାନୀ କାଇରୋ ଠାରୁ ୪୬୦ କିଲୋମିଟର (୨୮୫ ମାଇଲ) ଦକ୍ଷିଣରେ ଥିବା ସୋହାଗ ପ୍ରଦେଶର ତେହଟା ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଛି ଏବଂ ଦୁର୍ଘଟଣା ଖବର ପାଇବା ମାତ୍ରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଏଥିସହ ଆହତମାନଙ୍କୁ ଡାକ୍ତରଖାନାକୁ ନିଆଯାଉଛି।