Odiapua.com

ସର୍ଟ ସର୍କିଟରୁ କ୍ଲିନିକରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ଭସ୍ମିଭୂତ 

ଯୋଡା, ୨୦/୦୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ପୌରପାଳିକା ସୁପରମାର୍କେଟରେ ବୁଧବାର ବିଳମ୍ବିତ ରାତ୍ରୀରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡରେ ଏଠାରେ ଥିବା ଡଃ ପଲ୍ଲବ ଗୁଞ୍ଜନ ଶତପଥିଙ୍କ କ୍ଲିନିକଟି ସମ୍ପୂର୍ଣ୍ଣ ଜଳି ଭସ୍ମିଭୂତ ହୋଇଯାଇଛି। ଏହି ମାର୍କେଟରେ ନିୟୋଜିତ ସୁରକ୍ଷା କର୍ମି କ୍ଲିନିକ ଭିତରୁ ଧୂଆଁ ବାହାରୁଥିବା ଦେଖି ଲୋକମାନଙ୍କୁ ଜଣାଇଥିଲେ। ଟାଟା କମ୍ପାନୀଙ୍କ ଅଗ୍ନିସମ ବିଭାଗ ଠିକ୍ ସମୟରେ ପହଞ୍ଚି ଏହି ନିଆଁକୁ କାବୁକରିବାରେ ସକ୍ଷମ ହୋଇଥିଲେ। ତେବେ କ୍ଲିନିକରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ଭସ୍ମିଭୂତ ହୋଇଯାଇଥିଲା। ଏହି ନିଆଁ ଅନ୍ୟ ଦୋକାନ ଗୁଡିକୁ ବ୍ୟାପିବା ପୂର୍ବରୁ ଏହାକୁ ଆୟତ କରାଯାଇପାରିଥିବାରୁ ଏକ ବଡ ଧରଣର ଅଗ୍ନିକାଣ୍ଡକୁ ରୋକାଯାଇପାରିଥିଲା। ତେବେ ଏହି ଅଗ୍ନିକାଣ୍ଡ ସର୍ଟସର୍କିଟ ଯୋଗୁଁ ବ୍ୟାପିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।