Odiapua.com

ସାତ ବର୍ଷର ପୁଅ ସାମନାରେ ଦମ୍ପତ୍ତିଙ୍କୁ ଛୁରାମାରି ହତ୍ୟା

ଗୁରୁଗ୍ରାମ ୧୩-୯ (ଓଡ଼ିଆ ପୁଅ) ହରିୟାଣାର ଗୁରୁଗ୍ରାମରେ ଜଣେ ଦମ୍ପତ୍ତିଙ୍କୁ ସାତ ବର୍ଷର ପୁଅର ଦମ୍ପତ୍ତିଙ୍କୁ ଛୁରାମାରି ହତ୍ୟା କରାଯାଇଥିବା ଖବର ସାମନାକୁ ଆସିଛି। ଏହି ହତ୍ୟା ଘଟଣାରେ ସନ୍ଦେହ ଜଣେ ବ୍ୟକ୍ତିକୁ ଗିରଫ କରିଛି।

ଖବର ଅନୁଯାୟୀ, ବିକ୍ରମ ସିଂହ (୩୧) ଏବଂ ତାଙ୍କ ପତ୍ନୀ ଜ୍ୟୋତିଙ୍କୁ ଛୁରା ମରାଯାଇ ହତ୍ୟା କରାଯାଇଛି। ଘଟଣାରେ ବିକ୍ରମ ସିଂହର ସାଙ୍ଗ ଅଭିନବକୁ ଗିରଫ କରିଛି ପୋଲିସ୍।

ସୂଚନାମତେ ବିଦେଶରେ ଚାକିରି କରାଇଦେବା ପ୍ରତିଶୃତି ଦେଇ ଅଭିନବଠାରୁ ବିକ୍ରମ ଦେଢ଼ ଲକ୍ଷ ଟଙ୍କା ନେଇଥିଲା। କିନ୍ତୁ ବିକ୍ରମ ନିଜର ପ୍ରତିଶୃତି ରକ୍ଷାକରିପାରିଲା ନାହିଁ। ଏହି ବିଷୟକୁ ନେଇକରି ଗୁରୁବାରଦିନ ଦୁଇଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହା ମଧ୍ୟରେ ଅଭିନବ ବିକ୍ରମକୁ ଛୁରାରେ ଆକ୍ରମଣ କରିଥିଲା। ବିକ୍ରମକୁ ଛୁରା ମାରିବା ଦେଖି ବିକ୍ରମର ପତ୍ନୀ ଜ୍ୟୋତି ଯେତେବେଳେ ପଡ଼ୋଶୀମାନଙ୍କୁ ହଲ୍ଲା କରି ଡାକିଲା, ପଡ଼ୋଶୀମାନେ ଆସିବା ପୂର୍ବରୁ ଅଭିନବ ମଧ୍ୟ ଜ୍ୟେତିକୁ ଛୁରା ମାରିଦେଲା। ବିକ୍ରମ ଏବଂ ପତ୍ନୀକୁ ରକ୍ତ ଜୁଡୁବୁଡୁ ଅବସ୍ତାରେ ଦେଖି ସାତ ବର୍ଷର ତାଙ୍କର ପୁଅ ଡରି ଯାଇ ଶବ ନିକଟରେ ଠିଆ ହୋଇଥିଲା।

ପୁଲିସ ଅଭିନବକୁ ରକ୍ତ ସହିତ ଗିରଫ କରିଛି। ପୁଲିସ କହିଛିଯେ, ଦୁହେଁ ଘଟଣା ପୂର୍ବରୁ ମଦ୍ୟପାନ ମଧ୍ୟ କରିଥିଲେ।