Odiapua.com

୯ ଥର ସରିଲାଣି ବୈଠକ – ତଥାପି ମିଶୁନି ମନ – କୃଷକ ଆନ୍ଦୋଳନ ଜାରୀ

ନୂଆ ଦିଲ୍ଲୀ , ୧୬ ଜାନୁଆରୀ (ଓଡ଼ିଆ ପୁଅ) କୃଷକ ସଂଘ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ୯ ଥର ବୈଠକ ବସିସାରିଲାଣି। ତଥାପି ମନ ମିଳୁନାହିଁ। କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନର ଆଜି ୫୨ ତମ ଦିନ। ହଜାର ହଜାର କୃଷକ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରୀ ରଖିଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ତିନୋଟି କୃଷି ଆଇନକୁ ରଦ୍ଦ କରିବାକୁ ଚାଷୀଙ୍କ ଦାବି ଉପରେ ଏହି ଆନ୍ଦୋଳନ ଚାଲିଛି। ଏହି ପ୍ରସଙ୍ଗରେ ଶୁକ୍ରବାର ଦିନ ୟୁନିଅନ ଏବଂ ସରକାରଙ୍କ ମଧ୍ୟରେ ୯ମ ରାଉଣ୍ଡ ଆଲୋଚନା ମଧ୍ୟ ଅସ୍ପଷ୍ଟ ଥିଲା। ଯଦି କୃଷକମାନେ ଏହି ତିନୋଟି ଆଇନକୁ ରଦ୍ଦ କରିବାକୁ ଜିଦ୍ ଧରିଥିବା ବେଳେ ସରକାର ଏହି ଆଇନ ପ୍ରତ୍ୟାହାର କରିବା ସପକ୍ଷରେ ନାହାଁନ୍ତି। ଏଭଳି ପରିସ୍ଥିତିରେ ଉଭୟ ପକ୍ଷ ମଧ୍ୟରେ ଅସ୍ପଷ୍ଟ ପରିସ୍ଥିତି ସୃଷ୍ଟି ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ଜାନୁଆରୀ ୧୯ ତାରିଖ ସ୍ଥିର କରାଯାଇଛି।