Odiapua.com

କରୋନାକୁ ପରାସ୍ତ କରି ଘରକୁ ଫେରିଥିବା- ୯୪ ବର୍ଷୀୟ ପ୍ରସିଦ୍ଧ ଉର୍ଦ୍ଦୁ କ୍ରାନ୍ତିକାରୀ କବି ‘ଗୁଲଜାର ଦେହଲଭି’ ଙ୍କର ନିଧନ

ନୂଆ ଦିଲ୍ଲୀ ୧୨-୬ (ଓଡ଼ିଆ ପୁଅ) ୯୪ ବର୍ଷୀୟ ପ୍ରସିଦ୍ଧ ଉର୍ଦ୍ଦୁ କ୍ରାନ୍ତିକାରୀ କବି ‘ଗୁଲଜାର ଦେହଲଭି’ ଙ୍କର ତାଙ୍କର ନୋଏଡ଼ା ସ୍ଥିତ ବାସଭବନରେ ନିଧନ ହୋଇଯାଇଛି। କରୋନା ଭୂତାଣୁ ସଂକ୍ରମିତ ହେବା ପରେ କବି ଦେହଲଭିଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜୁନ୍ ୭ ରେ, ତାଙ୍କର କରୋନା ଭୂତାଣୁ ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଥିଲା। ଏହା ପରେ ସେ ଘରକୁ ଫେରି ଆସିଥିଲେ। ନୋଏଡା ଜିଲ୍ଲା ମାଜିଷ୍ଟ୍ରେଟ୍ ସୁହାସ୍ ଏଲ୍ ମଧ୍ୟ ଟ୍ୱିଟ୍ କରି କହିଥିଲେଯେ, ୯୪ ବର୍ଷ ବୟସରେ କୋରନାକୁ ପରାସ୍ତ କରିବା ପ୍ରେରଣାଦାୟକ।

ତାଙ୍କ ପୁଅ ଅନୁପ ଜୁତି କହିଛନ୍ତି, ‘ତାଙ୍କର କରୋନା ଭାଇରସ୍ ଟେଷ୍ଟ ରିପୋର୍ଟ ଜୁନ୍ ୭ ରେ ଲେଗେଟିଭ୍ ଆସିଥିଲା। ଏହା ପରେ ଆମେ ତାଙ୍କୁ ଘରକୁ ଆଣିଥିଲୁ। ଆଜି ଆମେ ପ୍ରାୟ ଅଢ଼େଇଟା ପରେ ଖାଦ୍ୟ ଖାଇଥିଲୁ ଏବଂ ଏହା ପରେ ତାଙ୍କର ନିଧନ ହୋଇଯାଇଛି।
ତାଙ୍କ ପୁଅ କହିଛନ୍ତି ଯେ ସେ ବହୁତ ବୃଦ୍ଧ ଥିଲେ ଏବଂ ସଂକ୍ରମଣ ହେତୁ ସେ ବହୁତ ଦୁର୍ବଳ ହୋଇଯାଇଥିଲେ। ଡାକ୍ତରମାନେ ବିଶ୍ୱାସ କରନ୍ତି ଯେ ସେ ହୃଦଘାତରେ ପୀଡିତ ହୋଇଥିବେ ବୋଲି।

ସ୍ୱାଧୀନତା ସଂଗ୍ରାମୀ ତଥା ଜଣାଶୁଣା ‘ଇନକିଲାବୀ’ କବି ଦେହଲେଭିଙ୍କୁ କରୋନା ଭୂତାଣୁ ସଂକ୍ରମିତ ହେବା ପରେ ଜୁନ୍ ୨ରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

୧୯୨୬ ମସିହାରେ ପୁରୁଣା ଦିଲ୍ଲୀର ଗୁଲି କାଶ୍ମୀରରେ ଜନ୍ମଗ୍ରହଣ କରିଥିବା ଦେହ୍ଲାଭି ୧୯୭୫ ମସିହାରେ ଭାରତ ସରକାରଙ୍କ ଦ୍ୱାରା ପ୍ରକାଶିତ ପ୍ରଥମ ଉର୍ଦ୍ଦୁ ବିଜ୍ଞାନ ପତ୍ରିକା ‘ବିଶ୍ୱ ବିଜ୍ଞାନ’ର ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ।