Odiapua.com

ନବରାତ୍ରୀର ପ୍ରଥମ ଦିନରେ ୯ କନ୍ୟା ଜନ୍ମ ନେଲେ – ସୋସିଆଲ ମିଡ଼ିଆରେ “ନବଦୁର୍ଗା” ଜନ୍ମ ନେଲେ ବୋଲି କହୁଛନ୍ତି ଲୋକେ

କଲ୍ୟାଣ ୨୦-୧୦ (ଓଡ଼ିଆ ପୁଅ) : ଶନିବାର ଦିନ ୯ ଜଣ ଶିଶୁ ପୁତ୍ରୀ ଜନ୍ମ ହୋଇଥିବାରୁ କଲ୍ୟାଣର ବୈଷ୍ଣବୀ ହସ୍ପିଟାଲ ପାଇଁ ନବରାତ୍ରୀର ପ୍ରଥମ ଦିନ ବିଶେଷ ଥିଲା।

କଲ୍ୟାଣରରେ ଅବସ୍ଥିତ ବୈଷ୍ଣବୀ ହସ୍ପିଟାଲର ମୁଖ୍ୟ ଡଃ ଅଶ୍ୱିନ୍ କକ୍କର କହିଛନ୍ତି ଯେ, “ହସ୍ପିଟାଲରେ ଆମ ପାଇଁ ଶନିବାର ଏକ ଭିନ୍ନ ଏବଂ ବିଶେଷ ଦିନ ଥିଲା। ୧୧ ଜଣ ମହିଳା ପ୍ରସବ କରିଥିଲେ, ଯେଉଁଥିରେ ୧୧ ଜଣଙ୍କ ମଧ୍ୟରୁ ୯ ଜଣ ଶିଶୁକନ୍ୟା ଜନ୍ମ ହୋଇଥିବାବେଳେ ଦୁଇ ଜଣ ପୁଅ ଜନ୍ମ ନେଇଛନ୍ତି।”

ସେ କହିଛନ୍ତି “ଗୋଟିଏ ଦିନରେ ୧୧ ଜଣ ପ୍ରସବ କରିବା ଆମ ଡାକ୍ତରଖାନାରେ ନୂଆ ନୁହେଁ। କିନ୍ତୁ, ଗୋଟିଏ ଦିନରେ ୯ ଟି ଝିଅ ଜନ୍ମ ନେବା ଏବଂ ବିଶେଷକରି ନବରାତ୍ରୀର ପ୍ରଥମ ଦିନରେ ନିଶ୍ଚିତ ଭାବରେ ଏକ ଭିନ୍ନ ଏବଂ ଖୁସିର ବିଷୟ।”

ଏହି ୯ ନବଜାତ କନ୍ୟା ଏବଂ ଅନ୍ୟ ୨ ଶୁଶୁ ପୁତ୍ରଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି।

ଡକ୍ଟର କକ୍କର ଗଣମାଧ୍ୟମକୁ କହିଛନ୍ତିଯେ, “ଆମେ ୧୮ ବର୍ଷ ଧରି ଡାକ୍ତରଖାନା ଚଳାଉଛୁ ଏବଂ ଏହା ପ୍ରଥମ ଥର ଯେଉଁଠାରେ ଗୋଟିଏ ଦିନରେ ହସ୍ପିଟାଲରେ ୯ କନ୍ୟା ଜନ୍ମ ହୋଇଛନ୍ତି।”

ଡକ୍ଟର କକ୍କର ଫେସବୁକ ପୃଷ୍ଠାରେ ଏହି ନବଜାତ କନ୍ୟାମାନଙ୍କର ଏକ ଫଟୋ ସେୟାର କରିବା ପରେ କିଛି ଲୋକ ୯ ଜଣଙ୍କୁ କନ୍ୟା ରୂପରେ ଜନ୍ମ ହୋଇଥିବା ଦେବୀ ନବଦୁର୍ଗା ମନ୍ତବ୍ୟ ଦେଇ ନିଜର ଭାବନା ପ୍ରକାଶ କରୁଥିବା ଦେଖିବାକୁ ମିଳିଛି।