Odiapua.com

ପୁଣି ୭୩ କରୋନା ଆକ୍ରାନ୍ତ ସୁସ୍ଥ ହେଲେ – ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୦୪୭

ଭୁବନେଶ୍ୱର ୧୭-୬ (ଓଡ଼ିଆ ପୁଅ) : ରାଜ୍ୟରେ ଆଜି ଆଉ ୭୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୦୪୭କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ତେବେ, କନ୍ଧମାଳ ରୁ ୧୪, କେନ୍ଦୁଝର ୧୧, ଖୋର୍ଦ୍ଧାରୁ ୧୦ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ଭଦ୍ରକରୁ ୯, ଯାଜପୁରରୁ ୭, ମୟୂରଭଞ୍ଜରୁ ୬ ସୁସ୍ଥ ହୋଇଛନ୍ତି ଏବଂ ଗଞ୍ଜାମରୁ ୪, କଟକ ଜିଲ୍ଲାରୁ ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୩ ହଜାର ୪୭ ଜଣ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ଆଜି ନୂଆ ୧୭୫ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩୩୮ ହୋଇଛି। ଏନେଇ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଏମାନଙ୍କ ମଧ୍ୟରୁ ୧୪୫ ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେକେ ବାକି ୩୦ ଜଣ ସ୍ଥାନୀୟ ବାସିନ୍ଦା ଥିବା ଜଣାଯାଇଛି। ସୂଚନା ମୁତାବକ ୧୫ ଟି ରାଜ୍ୟରୁ ହିଁ ୧୭୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।