Odiapua.com

ସିନ୍ଧୁଙ୍କୁ ବାହା ହେବାକୁ ଦାବି କଲେ ୭୦ ବର୍ଷର ବୃଦ୍ଧ: କହିଲେ, ନ’ହଲେ ଉଠାଇ ନେବି!

ନୂଆଦିଲ୍ଲୀ: କୁହାଯାଏ ପ୍ରେମର କୌଣସି ବୟସ ଏବଂ ସୀମା ନ’ଥାଏ।ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି, ତାମିଲନାଡୁ ଅଞ୍ଚଳରେ।ଜଣେ ୭୦ ବର୍ଷର ବୃଦ୍ଧ ବ୍ୟାଡମିଣ୍ଟନ୍ ଖେଳାଳି ସ୍ୱର୍ଣ୍ଣ ପଦକ ବିଜେତା ପି.ବି ସିନ୍ଧୁଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି।କେବଳ ଏତିକି ନୁହେଁ, ସିନ୍ଧୁଙ୍କୁ ବିବାହ କରିବା ପାଇଁ କଲେକ୍ଟର ଅଫିସରରେ ଯାଇ ଯାଚିକା ପତ୍ର ଦେଇଛନ୍ତି ସଂପୃକ୍ତ ବୃଦ୍ଧ।ବୃଦ୍ଧ ଜଣଙ୍କ ହେଲେ ତାମିଲନାଡୁର ରାମନାଥ ପୁରମ ଅଞ୍ଚଳର ମାଲାୟସାମୀ।ସିନ୍ଧୁଙ୍କୁ ବିବାହ କରିବା ପାଇଁ କଲେକ୍ଟର ଅଫିସରେ ଦାବି ପତ୍ର ଦେବା ସହ, ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆ ନ’ଗଲେ ସିନ୍ଧୁଙ୍କୁ ଅପହରଣ କରିନେବେ ବୋଲି କହିଛନ୍ତି ସଂପୃକ୍ତ ବୃଦ୍ଧ।କଲେକ୍ଟର ଅଫିସରେ ଜନ ଶୁଣାଣି ଚାଲିଥିବା ବେଳେ ବୃଦ୍ଧ ଜଣଙ୍କ ଏହି ଦାବି ପତ୍ର ଦେଇଛନ୍ତି।ଏହାସହ ବୃଦ୍ଧ ଜଣଙ୍କ କହିଛନ୍ତି ତାଙ୍କ ବୟସ ୭୦ ନୁହେଁ, ୧୬।ସେ ୨୦୦୪ ଏପ୍ରିଲ ୪ ତାରିଖରେ ଜନ୍ମ ହୋଇଥିଲେ।//ଦେବଦତ୍ତ ରଥ