Odiapua.com

ଓଡ଼ିଶାରେ ପୁଣି ୭ ନୂଆ କରୋନା ପଜିଟିଭ – ସଂଖ୍ୟା ୬୮ କୁ ବୃଦ୍ଧି

ଭୁବନେଶ୍ୱର ୨୦-୪ (ଓଡ଼ିଆ ପୁଅ) : ଓଡ଼ିଶାରେ ଆଉ ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮ରେ ପହଞ୍ଚିଛି। ୬୮ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୪ଜଣ ସୁସ୍ଥ ହୋଇଛନ୍ତି। ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏବେ ୪୩ ଜଣ ଚିକିତ୍ସିତ ହେଉଛନ୍ତି। ଏହି ନୂଆ କରୋନାଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକରୁ ୫ ଜଣ ଏବଂ ବାଲେଶ୍ୱରରୁ ୨ ଜଣ ବୋଲି ଟ୍ୱିଟ କରିଛି ସୂଚନା ଏବଂ ଲୋକସମ୍ପର୍କ ବିଭାଗ।

ଆଜି ୭ ଜଣ କେଉଁ ଅଞ୍ଚଳର ଓ ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରୀ ସମ୍ପର୍କରେ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।