Odiapua.com

ନିକଟ ଫ୍ୟାକ୍ଟ୍ରୀ ରେ ଗ୍ୟାସ ଲିକ୍ ହେବାରୁ ଅଣନିଶ୍ୱାସୀ ହୋଇ ଗୋଟିଏ ପରିବାରର ୭ ଜଣଙ୍କର ମୃତ୍ୟୁ

ନୂଆ ଦିଲ୍ଲୀ ୬-୨ (ଓଡ଼ିଆ ପୁଅ) ଉତ୍ତର ପ୍ରଦେଶର ସୀତାପୁରରେ ଗୁରୁବାର ସକାଳେ ଏକ ଭୟଙ୍କର ଦୁର୍ଘଟଣା ହୋଇଛି। ସୀତାପୁରର ଚନ୍ଦନପୁର ଗ୍ରାମ ସ୍ଥିତ ଏକ ଏସିଡ ଫ୍ୟାକ୍ଟ୍ରୀରେ ଏସିଡରୁ ଗ୍ୟାସ ଲିକ୍ ହେବା ପରେ ପଡ଼ୋଶୀ ଏକ ଦରି ଫ୍ୟାକ୍ଟ୍ରୀରେ ରହୁ ଥିବା ଏକ ପରିବାରର ୭ ଲୋକମାନଙ୍କର ଙ୍କର ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ତିନିଜଣ ପୁରୁଷ, ଜଣେ ମହିଳା ଏବଂ ତିନି ଜଣ ଶିଶୁ ଅଛନ୍ତି।

ଘଟଣାର ସୂଚନା ପରେ ପୋଲିସ ଏବଂ ସ୍ୱାସ୍ଥ୍ୟ ବିଭାଗର ଟିମ ଉଦ୍ଧାର କାର୍ଯ୍ୟରେ ପହଁଚିଛନ୍ତି। ଏମାନଙ୍କର ସାଥିରେ ଡିଏମ ଏବଂ ଏସପି ମଧ୍ୟ ଘଟଣାସ୍ଥଳରେ ପହଁଚିଛନ୍ତି। ଏସପି ଏଲଆର କୁମାର କହିଛନ୍ତି କି ମୃତକମାନେ ଗୋଟିଏ ପରିବାରର ସଦସ୍ୟ, ଯେଉଁଥିରେ ୩ ଜଣ ଶିଶୁ ଏବଂ ଜଣେ ମହିଳା ଏବଂ ତିନିଜଣ ପୁରୁଷ ଅଛନ୍ତି।