Odiapua.com

ଭୁବନେଶ୍ଵରରୁ ନୂଆ ୭ କରୋନା ଆକ୍ରାନ୍ତ ଚିହ୍ନଟ – ମୋଟ ସଂଖ୍ୟା ୧୬୫

ଭୁବନେଶ୍ଵର ୧୯-୬ (ଓଡ଼ିଆ ପୁଅ) ଆଜି ଭୁବନେଶ୍ଵରରୁ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୭ ଆକ୍ରାନ୍ତଙ୍କ ମଧ୍ୟରୁ ମଧ୍ୟରୁ ୪ ଜଣ ହୋମ୍‌ କ୍ଵାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଲେ ଓ ୩ ଜଣ ସ୍ଥାନୀୟ ଅଞ୍ଚଳର। ହୋମ କ୍ୱାରେଣ୍ଟାଇନରେ ଥିବା ୪ ଆକ୍ରାନ୍ତ ହେଉଛନ୍ତି ରେଳବାଇ କର୍ମଚାରୀ। ତେବେ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ଡୁଡୁମା ହାଉସିଂ ବୋର୍ଡ କଲୋନୀର, ସେହିପରି ଅନ୍ୟ ଜଣେ ଘରୋଇ ହସ୍ପିଟାଲର ୩୧ ବର୍ଷୀୟ ମହିଳା କର୍ମଚାରୀ ବୋଲି ସୂଚନା ଦେଇଛି। ଏହା ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୫ କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୮୩ ଜଣ ସୁସ୍ଥ ହୋଇଛନ୍ତି ଥିବା ବେଳେ ୭୮ ଜଣ ସକ୍ରିୟ ରହିଛନ୍ତି ଓ ୩ ଜଣଙ୍କ ମୃତ୍ୟୁ ହୋଇଛି।
ଭୁବନେଶ୍ଵର ମହାନଗର ନିଗମ ଏହି ସୂଚନା ଦେଇଛି।