Odiapua.com

ବଲାଙ୍ଗୀର ଜିଲ୍ଲାରେ ଆଉ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗୀର ୨-୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଜିଲ୍ଲାରେ ଆଜି ନୂଆ ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବଲାଙ୍ଗୀର ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ୮୯ କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ୮ ଜଣ ସୁସ୍ଥ ହୋଇଥିବା ବେଳେ ଅନ୍ୟ ୮୧ ଜଣ ସକ୍ରିୟ ଅଛନ୍ତି ।ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୧୪୧ ଜଣଙ୍କ ମଧ୍ୟରୁ ବଲାଙ୍ଗିର ଜିଲ୍ଲାର ୭ ଜଣ ପଜିଟିଭି ଥିବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି।