Odiapua.com

ଷଷ୍ଠ କରୋନା ଆକ୍ରାନ୍ତ ହେଲେ ତଗଲିକ୍ ଜମାତର ସଦସ୍ୟ

ଭୁବନେଶ୍ୱର ୩-୪ (ଓଡ଼ିଆ ପୁଅ) ନିଜାମୁଦ୍ଦିନ ତଗଲିକ୍ ଜମାତରେ ଯୋଗ ଦେଇଥିବା ସଦସ୍ୟଙ୍କ ମାନଙ୍କ ମଧ୍ୟରୁ ୨୭ ଜଣ ଓଡ଼ିଶା ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣ ବିଦେଶୀ ନାଗରିକ ଅଛନ୍ତି। ଓଡ଼ିଶା ଫେରିଥିବା ୨୭ ଜଣ ସଦସ୍ୟମାନଙ୍କ ମଧ୍ୟରୁ ୨୧ ଜଣ ସଦସ୍ୟଙ୍କର ଟେଷ୍ଟ ନେଗେଟିଭ୍ ଆସିଛି। ଜଣେ କଟକ ବାସିନ୍ଦାଙ୍କର ଟେଷ୍ଟ ପଜିଟିଭ୍ ଆସିଛି। ଅନ୍ୟ ୫ ଜଣଙ୍କର ରିପୋର୍ଟ ପାଇଁ ଅପେକ୍ଷା କରାଯାଇଛି। ସମସ୍ତଙ୍କୁ ସଙ୍ଗରୋଧରେ ରଖାଯାଇଛି। ଆହୁରି ୪୦ ଜଣ ଓଡ଼ିଶାର ଫେରିବେ ସେମାନେ ଦିଲ୍ଲୀ, ବିହାର, ଉତ୍ତର ପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶରେ ଅଟକ ଅଛନ୍ତି। ଏହି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କର ମୁଖପାତ୍ର ସୁବ୍ରତ ବାଗଚୀ।