Odiapua.com

୬ ଅଗଷ୍ଟ ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ଆଜିର ଦିନ ଆପଣଙ୍କପାଇଁ ଶୁଭ ଅଟେ। ପରିଜନ, ସ୍ନେହୀଜନ ତଥା ମିତ୍ରମାନଙ୍କ ସହିତ ସମାରୋହରେ ଉପସ୍ଥିତ ରହି ପାରନ୍ତି। ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ଉତ୍ସାହ ରହିବ, କିନ୍ତୁ ଅତି ଉତ୍ସାହରେ କ୍ଷତି ନ ହେଉ ଏହାର ଧ୍ୟାନ ରଖିବେ। ଆଜି କାର୍ଯ୍ୟରେ ସମ୍ପୂର୍ଣ୍ଣ ବ୍ୟସ୍ତ ରହିବେ। ଏଥିପାଇଁ ଧନ ଖର୍ଚ୍ଚ ମଧ୍ୟ ହୋଇପାରେ। ସରକାରୀ କାମରେ ସଫଳତା ମିଳିବ। ଦୂରରେ ରହୁଥିବା ବନ୍ଧୁଙ୍କଠାରୁ ଶୁଭ ସମାଚାର ମିଳିପାରେ। ପର୍ଯ୍ୟଟନର ସମ୍ଭାବନା ଅଛି। ଅବିବାହିତମାନଙ୍କ ପାଇଁ ବିବାହର ଯୋଗ ଅଛି।

ବୃଷ : ଶାରୀରିକ ତଥା ମାନସିକ ରୂପରେ ଆଜି ଆପଣ ବ୍ୟଗ୍ର ରହିବେ। ଚିନ୍ତାର କାରଣରୁ ମାନସିକ ଭାର ରହିପାରେ, ଯାହା ଆପଣଙ୍କୁ ମାନସିକ ରୂପରେ ଅସୁସ୍ଥ ରଖିପାରେ। ପରିଜନମାନଙ୍କ ସହିତ ମଧ୍ୟ ମନମାଳିନ୍ୟ ନ ହେଉ, ଏହାର ଧ୍ୟାନ ରଖିବେ। ବିନା ଭାବି ଚିନ୍ତି ନିର୍ଣ୍ଣୟ ନିଅନ୍ତୁ ନାହିଁ। ଜଗନ୍ନାଥଙ୍କର ଆଶୀର୍ବାଦ ସହିତ ଆପଣ ନୂଆ କାର୍ଯ୍ୟର ପ୍ରାରମ୍ଭ କରି ପାରିବେ। ଚାକିରି କରୁଥିବା ଲୋକମାନଙ୍କ ପାଇଁ ଆଜିର ଦିନ ଶୁଭ ଅଟେ। ଆୟ ବୃଦ୍ଧି କିମ୍ବା ପଦୋନ୍ନତିର ଯୋଗ ଅଛି। ସରକାରୀ ଲାଭର ଆଶା ରଖିପାରନ୍ତି। ଗୃହସ୍ଥ ଜୀବନରେ ସୁଖ- ଶାନ୍ତି ରହିବ। ଉଚ୍ଚ ପଦାଧିକାରିମାନଙ୍କର ପ୍ରୋତ୍ସାହନ ଆପଣଙ୍କ ଉତ୍ସାହ ବଢ଼ାଇବ। ଅଧୂରା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଦାମ୍ପତ୍ୟଜୀବନରେ ମଧୁରତା ରହିବ। ସରକାରଙ୍କ ତରଫରୁ ଲାଭ ପ୍ରାପ୍ତି କରି ପାରିବେ।

ମିଥୁନ : ଆଜି ଆପଣଙ୍କ ଦିନ ବହୁତ ଲାଭଦାୟୀ ଅଟେ। ଅବିବାହିତମାନଙ୍କୁ ଯୋଗ୍ୟ ଜୀବନସାଥୀ ମିଳିବାର ଯୋଗ ଅଛି। ଧନପ୍ରାପ୍ତି ପାଇଁ ଦିନ ଶୁଭ ଅଟେ। ମିତ୍ରମାନଙ୍କସହିତ ଅଚାନକ ହୋଇଥିବା ସାକ୍ଷାତ ଆନନ୍ଦଦାୟୀ ରହିବ। ମିତ୍ରମାନଙ୍କଠାରୁ ଲାଭ ହେବ। ପରିଜନମାନଙ୍କଠାରୁ ଲାଭ ହେବାର ସଙ୍କେତ ଅଛି। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବ।ଆଜି ଦିନ ସମୟରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ଶରୀରରେ ଫୂର୍ତ୍ତିର ଅଭାବ ରହିପାରେ। ପରିଣାମସ୍ଵରୂପ ନିର୍ଦ୍ଧାରିତ କାମ ସମ୍ପୂର୍ଣ୍ଣ ହେବାରେ ବିଳମ୍ବ ହୋଇପାରେ। ମାନସିକ ବ୍ୟଗ୍ରତା ଅନୁଭବ କରିପାରନ୍ତି। ଉଚ୍ଚ ପଦାଧିକାରିମାନଙ୍କ ସହିତ ବାଦ-ବିବାଦରେ ନ ପଡ଼ିବାକୁ ଉପଦେଶ। ପ୍ରତିଦ୍ୱନ୍ଦ୍ୱୀମାନଙ୍କଠାରୁ ସଚେତନ ରୁହନ୍ତୁ।

କର୍କଟ : ଆଜିର ଦିନ ଆପଣଙ୍କପାଇଁ ଅନୁକୂଳ ଅଟେ। ଆପଣ ଆଜି ପ୍ରତ୍ୟେକ କାମ ସରଳତାରେ ସଂପନ୍ନ କରି ପାରିବେ। ଚାକିରିରେ ଆପଣଙ୍କ ଉପରେ ଉଚ୍ଚ ପଦାଧିକାରୀ ଖୁସି ହେବେ। ଆପଣଙ୍କ ପ୍ରମୋଶନର ଯୋଗ ଅଛି। ପରିଜନମାନଙ୍କ ସହିତ ମୁକ୍ତ ମନରେ କଥାବାର୍ତ୍ତା ହେବ। ମାତାଙ୍କ ସହିତ ସମ୍ବନ୍ଧ ଭଲ ରହିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ଆଜି ନିଜକୁ ମଧ୍ୟ ନିୟନ୍ତ୍ରଣ ରଖିବାକୁ ବହୁତ ଆବଶ୍ୟକ ଅଛି। ଖାଇବା ପିଇବାର ଧ୍ୟାନ ଯଦି ନ ରଖିବେ ତେବେ ସ୍ଵାସ୍ଥ୍ୟ ଖରାପ ହେବାର ପୂରା-ପୂରା ସମ୍ଭାବନା ଅଛି। ପରିଜନମାନଙ୍କ ସହିତ ବିବାଦର ଯୋଗ ଅଛି, ସଚେତନ ରୁହନ୍ତୁ। ଆଜି ନୂଆ କାମର ପ୍ରାରମ୍ଭ ନ କରିବାପାଇଁ ଉପଦେଶ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବେ।

ସିଂହ : ଆଜି ଆପଣଙ୍କ ଦିନ ମଧ୍ୟମ ଫଳଦାୟୀ ରହିବ। ଆପଣଙ୍କ ବ୍ୟବହାର ନ୍ୟାୟପୂର୍ଣ୍ଣ ରହିବ। ଆଜି ଆପଣ ଧାର୍ମିକ ଏବଂ ମାଙ୍ଗଳିକ କାର୍ଯ୍ୟରେ ବ୍ୟସ୍ତ ରହିବାର ସମ୍ଭାବନା ଦେଖାଯାଉଛି। ଧାର୍ମିକ ଯାତ୍ରାର ଆୟୋଜନ ମଧ୍ୟ ହୋଇପାରେ। ବିଦେଶରେ ରହୁଥିବା ସ୍ଵଜନମାନଙ୍କଠାରୁ ଭଲ ସମାଚାର ମିଳିବ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ବ୍ୟାପାରରେ ଭାଗିଦାରୀ ସହିତ ସମ୍ବନ୍ଧ ଖରାପ ନ ହେଉ, ଏହାର ଧ୍ୟାନ ରଖିବେ। ବାଣୀ ଏବଂ ବ୍ୟବହାରକୁ ଆଜି ସଂତୁଳିତ ରଖିବାର ଆବଶ୍ୟକତା ଅଛି। କିଛି ଲୋକମାନଙ୍କ ସହିତ ସାକ୍ଷାତ ଆନନ୍ଦଦାୟକ ରହିବ।

କନ୍ୟା : ଆଜିର ଦିନ କୌଣସି ମଧ୍ୟ ନୂଆ କାର୍ଯ୍ୟର ଆରମ୍ଭ କରିବା ପାଇଁ ଯୋଗ୍ୟ ଅଟେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ବାହରର ଖାଦ୍ୟ-ପାନୀୟକୁ ଦୂରରେ ରଖିବେ। କ୍ରୋଧର ମାତ୍ରା ଅଧିକ ରହିବ, ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ପରିଜନମାନଙ୍କର ସହ ଉଗ୍ର ଚର୍ଚ୍ଚାର କାରଣରୁ ମନମାଳିନ୍ୟ ନ ହେଉ ଏହାର ବିଶେଷ ଧ୍ୟାନ ରଖିବେ। ଆଜି ଆପଣଙ୍କୁ ପ୍ରତ୍ୟେକ ମାମଲାରେ ଅନୁକୂଳତା ଅନୁଭବ ହେବ। ଘରେ ସୁଖ-ଶାନ୍ତି ସ୍ଥାପିତ ହେବ, ମନ ପ୍ରସନ୍ନ ରହିବ। ସୁଖପ୍ରଦ ଘଟଣା ଘଟିବ। ସ୍ଵାସ୍ଥ୍ୟ ଭଲ ରହିବ। ରୋଗୀ ବ୍ୟକ୍ତିମାନଙ୍କର ସ୍ଵାସ୍ଥ୍ୟରେ ସୁଧାର ହେବ। ଆର୍ଥିକ ଲାଭ ପ୍ରାପ୍ତିର ଆଶା ଅଛି। କାର୍ଯ୍ୟକ୍ଷେତ୍ରରେ ମଧ୍ୟ ସମସ୍ତଙ୍କର ସହଯୋଗ ମିଳିବ। ପ୍ରତିଦ୍ୱନ୍ଦୀମାନଙ୍କଠାରୁ ସଫଳତା ମିଳିବ। ଆଜି ଜଗନ୍ନାଥଙ୍କର ବିଶେଷ କୃପା ପ୍ରାପ୍ତ ହେବ।

ତୁଳା : ଆଜି ଆପଣଙ୍କ ଦିନ ଆମୋଦ-ପ୍ରମୋଦରେ କଟିବ। ପ୍ରଣୟ ପାଇଁ ଆଜିର ଦିନ ଭଲ ଅଟେ। ମିତ୍ର ଆପଣଙ୍କ ସହ ଯାତ୍ରା ଆନନ୍ଦ ଭରି ଦେବ। ନୂଆ ବସ୍ତ୍ରର କ୍ରୟ କରିବାର ଯୋଗ ଅଛି। ମନ ପ୍ରଫୁଲ୍ଲିତ ରହିବ। ମାନ-ସମ୍ମାନ ମିଳିବ। ବୈବାହିକ ସୁଖର ଅନୁଭୂତି ହେବ। ଆଜି ଆପଣ ନିଜର ପସନ୍ଦର ବିଷୟ ଉପରେ ଏବଂ ଅଧିକ ସୂଚନା ଏକାଠି କରିବାପାଇଁ ପ୍ରୟାସ କରିବେ। ଆପଣଙ୍କ କଳ୍ପନା ଏବଂ ସୃଜନଶକ୍ତିର ପ୍ରଗତିରେ ସନ୍ତୋଷ ଅନୁଭବ କରିବେ। ବ୍ୟର୍ଥ ବାଦ-ବିବାଦ କିମ୍ବା ଚର୍ଚ୍ଚାରେ ନ ପଡ଼ିବା ପାଇଁ ଉପଦେଶ। ସ୍ଵାସ୍ଥ୍ୟ ମାମଲାରେ ପାଚନତନ୍ତ୍ର ସମ୍ବନ୍ଧିତ ସମସ୍ୟା ହୋଇପାରେ। ପ୍ରିୟ ବ୍ୟକ୍ତିମାନଙ୍କ ସହିତ ସାକ୍ଷାତ ସୁଖଦ ରହିବ।

ବିଚ୍ଛା : ଆଜି ଆପଣ ଅନିଶ୍ଚିତତା ଏବଂ ସୁଖ-ଶାନ୍ତି ସହିତ ଘରେ ସମୟ ଦେବେ। ଶାରୀରିକ ତଥା ମାନସିକ ପ୍ରସନ୍ନତା କାର୍ଯ୍ୟ କରିବାରେ ଉତ୍ସାହ ପ୍ରଦାନ କରିବ। ଅଫିସ୍ ରେ ଷ୍ଟାଫମାନଙ୍କର ସହାୟତାରେ କାର୍ଯ୍ୟ ସମ୍ପୂର୍ଣ୍ଣ କରି ପାରିବେ। ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ମାନସିକ ଏବଂ ଶାରୀରିକ ଆଳସ୍ୟ ହୋଇପାରେ। ପରିବାରରେ ବଡ଼ମାନଙ୍କ ସହିତ ମନମାଳିନ୍ୟ ନ ହେଉ, ଏହାର ଧ୍ୟାନ ରଖିବେ। ମାତାଙ୍କର ସ୍ଵାସ୍ଥ୍ୟ ଖରାପ ହୋଇପାରେ। ଆର୍ଥିକ କ୍ଷତିଗ୍ରସ୍ତ ଏବଂ ସାର୍ବଜନିକ ଜୀବନରେ ମାନହାନି ନ ହେଉ ଏହାର ଧ୍ୟାନ ରଖିବେ। ଜମି, ବାହନ ଆଦିର ସଉଦା କରିବା କିମ୍ବା ତାହାର କାଗଜପତ୍ର ବନାଇବାରୁ ଆଜି ବଞ୍ଚିତ ରହିବାକୁ ଉପଦେଶ। ମହିଳାବର୍ଗ ତଥା ପାଣିରେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଅଛି। ସାବଧାନ ରହିବେ, ନଚେତ୍ କ୍ଷତି ହୋଇପାରେ।

ଧନୁ : ଆଜି କାର୍ଯ୍ୟ ସିଦ୍ଧି ଏବଂ ସଫଳତା ନ ମିଳିଲେ ହତାଶ ହୁଅନ୍ତୁ ନାହିଁ, ସଫଳତା ନିଶ୍ଚିତ ମିଳିବ। ପରିଜନମାନଙ୍କ ସହିତ ମନମାଳିନ୍ୟ ନ ହେଉ, ଏହାର ଧ୍ୟାନ ରଖିବେ। ଆଜି କୌଣସି ଯାତ୍ରା ନ କରିବା ପାଇଁ ଉପଦେଶ। ଆଜି କୌଣସି ମଧ୍ୟ ନୂଆ କାର୍ଯ୍ୟର ପ୍ରାରମ୍ଭ କରନ୍ତୁ ନାହିଁ। ଆଜି ଆପଣ ନିଜର ପସନ୍ଦର ବିଷୟଗୁଡ଼ିକ ଉପରେ ଅଧିକ ଧ୍ୟାନ ରଖିବେ। ଆପଣଙ୍କ ମନ ଶାନ୍ତ ଏବଂ ପ୍ରସନ୍ନ ରହିବ। ଭାଇ- ଭଉଣୀମାନଙ୍କ ସହିତ ଅଧିକ ମିଳାମିଶା ରହିବ। ନୂଆ କାମର ପ୍ରାରମ୍ଭ ଆଜି କରିପାରନ୍ତି। ବନ୍ଧୁ ତଥା ମିତ୍ର ଆପଣଙ୍କ ଘରକୁ ଆଗମନ ହେବାରେ ଆନନ୍ଦ ଅନୁଭବ ହେବ। ଭାଗ୍ୟ ବୃଦ୍ଧିର ସୁଯୋଗ ମିଳିବ। ଜଗନ୍ନାଥ ଆପଣଙ୍କ ସାଥିରେ ଅଛନ୍ତି।

ମକର : ଆପଣଙ୍କ ଆଜିର ଦିନ ମିଶ୍ରିତ ଫଳଦାୟୀ ହେବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ସଂପତ୍ତି ସମ୍ବନ୍ଧିତ ବିଷୟରେ ମନ ଚିନ୍ତିତ ହୋଇପାରେ। ଆଜି କୌଣସି ଯାତ୍ରା କରନ୍ତୁ ନାହିଁ। ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ। ବାହନ ଚଲାଇବା ସମୟରେ ସାବଧାନ ରହିବେ। ଆକସ୍ମିକ ଧନଖର୍ଚ୍ଚ ହୋଇପାରେ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ଏଥିପାଇଁ ବିଚାରକରି କଥାହେବେ। କୁଟୁମ୍ବମାନଙ୍କ ସହିତ ଭୁଲ ବୁଝାବଣା ନ ସୃଷ୍ଟି ହେଉ ଏହାର ଧ୍ୟାନ ରଖିବେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ହେବ। ଶେୟାର-ସଟ୍ଟା ଆଦି ପ୍ରବୃତ୍ତିରେ ପୁଞ୍ଜି ନିବେଶ କରିପାରନ୍ତି। ଗୃହଣୀଙ୍କର ମାନସିକ ଅସନ୍ତୋଷର ଭାବନା ଅନୁଭବ କରିପାରନ୍ତି। ବିଦ୍ୟାର୍ଥିମାନଙ୍କପାଇଁ ଅଧ୍ୟୟନରେ ମନ କମ ଲାଗିବ।

କୁମ୍ଭ : ଚିନ୍ତାର ବାଦଲ ହଟିବାରେ ଆପଣ ମାନସିକ ହାଲୁକାପଣ ଅନୁଭବ କରିବେ। ମନରେ ଉତ୍ସାହର ସଞ୍ଚାର ହେବ। ଦିନ ଆନନ୍ଦ ପୂର୍ବକ କଟିବ। ଭାଇ-ବନ୍ଧୁ ଏବଂ ସ୍ନେହୀଜନମାନଙ୍କ ସହିତ ମିଳାମିଶା ବଢ଼ିବ। ଆଜି କୌଣସି ମହତ୍ତ୍ଵପୂର୍ଣ୍ଣ ଯୋଜନା ମଧ୍ୟ ବନାଇ ପାରନ୍ତି। ଶାରୀରିକ ଏବଂ ମାନସିକ ରୂପରେ ସ୍ଵସ୍ଥତା ଏବଂ ସତେଜ ରହିବେ। ଆର୍ଥିକ ଦୃଷ୍ଟିରୁ ଆପଣଙ୍କ ଦିନ ଲାଭଦାୟୀ ରହିବ। ବନ୍ଧୁ ତଥା ମିତ୍ରମାନଙ୍କ ସହିତ ସୁରୁଚିପୂର୍ଣ୍ଣ ଭୋଜନର ଆନନ୍ଦ ନେବେ। ଏକାଧିକ ପର୍ଯ୍ୟଟନର ମଧ୍ୟ ଆୟୋଜନ ହେବାର ସମ୍ଭାବନା। ଆଜି ଆପଣ ଚିନ୍ତନ ଶକ୍ତି ଏବଂ ଆଧ୍ୟାତ୍ମିକ ଶକ୍ତିର ପ୍ରଭାବକୁ ଜାଣି ପାରିବେ। ନକାରାତ୍ମକ, ବିଚାରକୁ ଦୂରରେ ରଖିବା ଲାଭ ହେବ।

ମୀନ : ଆଜି ଆପଣ ବାଣୀ ଏବଂ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ଧନ ସମ୍ବନ୍ଧିତ ଦେବା-ନେବାରେ ସାବଧାନର ଆବଶ୍ୟକତା ଅଛି। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ପରିଜନମାନଙ୍କ ସହ ମନମାଳିନ୍ୟ ନ ହେଉ, ଏହାର ଧ୍ୟାନ ରଖିବେ। ଆଜି ଆପଣ ଏକାଗ୍ରତା ଅନୁଭବ କରିବେ। ନିଜର କାମକୁ ଠିକ୍ ଭାବରେ କରିବା ପାଇଁ ପ୍ଲାନିଙ୍ଗ କରିପାରନ୍ତି। ଧାର୍ମିକ କାର୍ଯ୍ୟଗୁଡ଼ିକ ପଛରେ ଖର୍ଚ୍ଚ ହେବ। କଚେରୀର କାମରେ ଅତ୍ୟଧିକ ସାବଧାନ ରହିବାର ଆବଶ୍ୟକତା ଅଛି। ବାଣୀ ଉପରେ ନିୟନ୍ତ୍ରଣ ରଖିବେ ଫାଲତୁ ଝଗଡ଼ାରୁ ଦୂରରେ ରୁହନ୍ତୁ। ଅଳ୍ପକାଲୀନ ଲୋଭ ଆପଣଙ୍କୁ ଭାରୀ ପଡ଼ିପାରେ।